ଆସନ୍ତାକାଲି କଳା ଦିବସ ପାଳିବ ବିଜେପି। ଜୁନ ୨୫ ଅର୍ଥାତ୍ ଆସନ୍ତା କାଲି ବିଜେପି କଳା ଦିବସ ପାଳନ କରିବାକୁ ଯାଉଛି। ଜୁନ ୨୫ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଗଣତନ୍ତ୍ର ଏବଂ ଭାରତରେ ସମ୍ବିଧାନ କଂଗ୍ରେସ ଶାସନ ଏହି ସମୟରେ ଅଧିକ କ୍ଷତିଗ୍ରସ୍ତ ଏବଂ ଅପମାନିତ ହୋଇଥିବା ନେଇ ବିଜେପି ଅଭିଯୋଗ କରିଛି। ଆସନ୍ତାକାଲି ଏହି ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିବା ବ୍ୟକ୍ତିଙ୍କୁ ସମ୍ମାନୀତ କରାଯିବ ବୋଲି ବିଜେପି କହିଛି। ସୂଚନା ମୁତାବକ, ଜୁନ ୨୫ରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରି ଗଣତନ୍ତ୍ର ର ହତ୍ୟା କରିଥିଲା କଂଗ୍ରେସ । ବିରୋଧୀ ଦଳଙ୍କୁ ଜେଲ ରେ ପୁରେଇ ଥିଲେ, ୧୯ ମାସ ଧରି ତାନାଶାହି ଶାସନ ଚଳାଇ ଥିଲେ । କ୍ଷମତା ଖସିବା ଭୟରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଥିଲେ ଇନ୍ଦିରା ଗାନ୍ଧୀ । ନିଜର ସ୍ୱାର୍ଥ ଓ ପଦବୀର ସୁରକ୍ଷା ପାଇଁ ସେ ଏପରି କରିଥିଲେ । ତେବେ ବିଜେପି ଏକ ଦାୟିତ୍ୱ ସମ୍ପନ ଦଳ ହିସାବରେ ଜୁନ ୨୫ କୁ କଳା ଦିବସ ଭାବେ ପାଳନ କରିବ ଏବଂ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିବା ବ୍ୟକ୍ତିଙ୍କୁ ସମ୍ମାନୀତ କରାଯିବ ବୋଲି ବିଜେପି କହିଛି । Post navigation ଓଡ଼ିଶାରୁ ଦେଶର ପ୍ରମୁଖ ତୀର୍ଥ ସ୍ଥଳୀକୁ ବସ୍ ସେବା ଆରମ୍ଭ ହେବ ସମ୍ବଲପୁରରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମୀକ୍ଷା