ଭୁବନେଶ୍ଵର,ତା.୧୬/୦୫: ବିଜେପି ଏବେ ବିଜୟ ଯାତ୍ରାରେ ବାହାରିଛି । ଗତ କିଛିଦିନ ହେବ ଦେଖୁଛି, ବିଜେପିର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ସମେତ କାର୍ଯ୍ୟକର୍ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେଉଛି । ଗତ କାଲି ଖଲିକୋଟରେ ବିଜେପି କାର୍ଯ୍ୟକର୍ତାଙ୍କୁ ବିଜେଡିର ଗୁଣ୍ଡାମାନଙ୍କ ଦ୍ୱାରା ହତ୍ୟା କରାଯିବା ଅତ୍ୟନ୍ତ ନିନ୍ଦନୀୟ । ବିଜେପି କାର୍ଯ୍ୟକର୍ତା ଡରିବାର ଲୋକ ନୁହନ୍ତି । ସେମାନଙ୍କୁ ଯେଉଁଭଳି ଭାବରେ ମରଣାନ୍ତକ ଆକ୍ରମଣ କରାଯାଉଛି ତାହା ଓଡ଼ିଶା ତଥା ସମଗ୍ର ଦେଶର ଗଣତନ୍ତ୍ର ପାଇଁ ଠିକ୍ ନୁହେଁ । ହିଂସାକାଣ୍ଡରେ ଜଡିତ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ସହ ସେମାନଙ୍କୁ ସହଯୋଗ କରୁଥିôବା ପୋଲିସ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବନ କରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭୁପିନ୍ଦର ଯାଦବ ଦାବି କରିଛନ୍ତି ।

ହିଞ୍ଜଳି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଶ୍ରୀ ଯାଦବ କହିଛନ୍ତି ଯେ, ଆସନ୍ତା ୪ ଜୁନ୍‌ରେ ବିଜେଡିର ଏକ୍ସପାଇରୀ ଡେଟ୍ ନିଶ୍ଚିନ୍ତ । ଭାରତୀୟ ଜନତା ପାର୍ଟିର ଏକ ଲମ୍ବା ଇତିହାସ ରହିଛି । ଏହି ପାର୍ଟି ରାଷ୍ଟ୍ରବାଦକୁ ନେଇ ଆନ୍ଦୋଳନ କରିଛି । ଦେଶରେ ଗଣତନ୍ତ୍ରକୁ ବଂଚାଇବାପାଇଁ ନିଜ କାର୍ଯ୍ୟକର୍ତାଙ୍କୁ ହରାଇଛି । ବିଜେପି ଓଡ଼ିଶାରେ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ସମ୍ପୂର୍ଣ୍ଣ ବଦ୍ଧପରିକର ବୋଲି ଶ୍ରୀ ଯାଦବ କହିଛନ୍ତି ।

ବିଜେଡି ସରକାର ୨୫ ବର୍ଷ ହେବ ଓଡ଼ିଶାରେ ୩୫ ପ୍ରତିଶତ ଚାଷ ଜମିରେ ଜଳସେଚନ ପାଇଁ ବ୍ୟବସ୍ଥା ହେବ ବୋଲି ପ୍ରତିଶ୍ରୁତି ଦେଇଆସୁଛି । ଯଦି ସେମାନେ ସେହି ପ୍ରତିଶ୍ରୁତି ପୂରଣ କରିବାରେ ସଫଳ ହୋଇଥାନ୍ତେ ତାହାଲେ ହିଞ୍ଜିଳିର ଭାଇ ଓ ଭଉଣୀମାନଙ୍କୁ ଦାଦନ ଖଟିବାକୁ ବାହାରକୁ ଯିବାକୁ ପଡ଼ିନଥାନ୍ତା । ଏଥିପାଇଁ ବିଜେଡି ସରକାରଙ୍କୁ ଲାଜ ଲାଗିବା କଥା । ମୁଁ ଏଠାକୁ ଆସିବା ପରେ ଜାଣି ପାରିଲି ଯେ, ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ “ସାରୁ” ନାମକ ଏକ ପଂଚାୟତ ଅଛି । ଏଠାରେ ପାଣି ସମସ୍ୟା ଅତି ଜଟିଳ । ଲୋକମାନେ ଏଠାରେ ପିଇବା ପାଣି ପାଇବା ପାଇଁ ଡହଳ ବିକଳ ହୁଅନ୍ତି । ମୋଦି ସରକାର ଜଳ ଜୀବନ ମିଶନରେ ୧୦ ହଜାର କୋଟି ଟଙ୍କା ପଠାଇଲେ । ମାତ୍ର ଓଡିଶା ସରକାର ଏହି ଅର୍ଥକୁ ଠିକାଦାରଙ୍କ ସ୍ୱାର୍ଥରେ ଖର୍ଚ୍ଚ କଲେ କିନ୍ତୁ ଲୋକଙ୍କୁ ପାଣି ଯୋଗାଇ ପାରିଲେ ନାହିଁ । ବିଜେପି ସରକାର ଆସିଲେ ଜଳଜୀବନ ମିଶନରେ ସବୁ ଘରେ ନଳ ଆଉ ନଳରୁ ପାଣି ପହଁଚାଇବା ପାଇଁ ବ୍ୟବସ୍ଥା କରାଯିବ ।
ଶ୍ରୀ ଯାଦବ କହିଛନ୍ତି ଯେ, ରାଜ୍ୟରେ ଚାଷୀମାନଙ୍କୁ ଧାନର ଉଚିତ୍ ମୂଲ୍ୟ ଦିଆଯାଉ ନାହିଁ । ବିଜେପି ସରକାର ଆସିଲେ ଚାଷୀମାନଙ୍କୁ ଧାନ ମୂଲ୍ୟ କୁଇଂଟାଲ ପିଛା ୩୧୦୦ ଟଙ୍କା ଦିଆଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନରେ ଏସ୍‌ଏଚ୍‌ଜି ଗ୍ରୁପ୍ ଜରିଆରେ ଲକ୍ଷପତି ଦିଦି ବନାଇବାର ସଂକଳ୍ପ ନେଇଛନ୍ତି । ଦେଶର ବାକି ରାଜ୍ୟରେ ଏହି ଯୋଜନା ସଫଳ ହୋଇଛି । ଏସ୍‌ଏଚ୍‌ଜି ମହିଳାଙ୍କୁ ଲକ୍ଷପତି ଦିିଦି ବନାଇବା ସହ ସେମାନଙ୍କୁ ଯେଉଁ ଋୁଣ ଦିଆଯାଏ, ଉକ୍ତ ସୁଧରେ ସବ୍‌ସିଡି ଦିଆଯାଏ । ଏହି ସବ୍‌ସିଡିରେ ଭାରତ ସରକାରଙ୍କ ବଡ ଅଂଶ ରହିଛି । ଓଡ଼ିଶାରେ ବିଜେପି ସରକାର ଆସିବା ପରେ ସୁଭଦ୍ରା ଯୋଜନା ଲାଗୁ କରାଯିବ । ଏହି ଯୋଜନା ମଧ୍ୟପ୍ରଦେଶରେ ଲାଡ୍‌ଲୀ ଲକ୍ଷ୍ମୀ ଯୋଜନା, ଛତିଶଗଡ଼ରେ ମାତାହାରି ଯୋଜନା ନାମରେ ପରିଚିତ । ସୁଭଦ୍ର୍ରା ଯୋଜନାରେ ପ୍ରତି ପରିବାରରେ ଯେତେଜଣ ଝିଅ ଥିôବେ ସେମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଭାଉଚର ଦିଆଯିବ । ଏହି ଯୋଜନା ଏସ୍‌ଏଚ୍‌ଜି ମହିଳମାନଙ୍କର ଆର୍ଥିକ ଆବଶ୍ୟକତା ପୂରଣ କରିବ । ସେମାନେ ଆବଶ୍ୟକ ସମୟରେ ୨ ବର୍ଷ ମଧ୍ୟରେ ନିଜ ଇଛା ଅନୁସାରେ ଏହି ଟଙ୍କା ଖର୍ଚ୍ଚ କରିପାରିବେ । ଏହାଦ୍ୱାରା ପରିବାର ସଦସ୍ୟଙ୍କୁ ଦାଦନ ଖଟିବାକୁ ଆଉ ବାହାରକୁ ଯିବାକୁ ପଡ଼ିବନାହିଁ । ଭାରତ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ କୃଷକ ସମ୍ମାନ ନିଧି ଦିଆଯାଉଛି । ଏଠାରେ ଅନେକ ବୁଣାକାର ଅଛନ୍ତି । ସେମାନଙ୍କୁ ବୁଣାକାର ସମ୍ମାନ ନିଧି ଦିଆଯିବ । ଓଡ଼ିଶାର ଅନେକ ସ୍ଥାନରେ ବିଦ୍ରୁତ କାଟ ଓ ପାଣିର ସମସ୍ୟା ରହିଛି । ବିଜେପି ଶାସନରେ ଏ ସମସ୍ତ ସମସ୍ୟାର ସମାଧାନକୁ ପ୍ରାଥମିକତା ଦିଆଯିବ ।

ହିଞ୍ଜିଳିରେ ବି ଏହି ସମସ୍ୟା ରହିଛି । ମୁଖ୍ୟମନ୍ତ୍ରୀ ୨୫ ବର୍ଷରେ ଏଠାରେ ଗୋଟିଏ ରାତି ମଧ୍ୟ କେବେ ବିତାଇନାହାନ୍ତି । ହିଞ୍ଜିଳିରେ ୯୬ଟିି ସ୍କୁଲ ଅଛି ଏବଂ ସେଥିରୁ ୯୦ ସ୍କୁଲରେ ପୂର୍ଣ୍ଣ ସଂଖ୍ୟାରେ ଶିକ୍ଷକ ନାହାନ୍ତି । ଓଡ଼ିଶା ସରକାର ବିଧାନସଭାରେ ମଧ୍ୟ ଏକଥା ସ୍ୱୀକାର କରିଛନ୍ତି । ଏଠାକାର ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ରହିଛି । ବିଜେପି ସରକାର ଆସିଲେ ତୁରନ୍ତ ଖାଲି ପଡିଥିବା ସାଢ଼େ ୩ ଲକ୍ଷ ଶିକ୍ଷକ ପଦବୀ ପୂରଣ କରାଯିବ । ଏସ୍‌ସି,ଏସଟିି, ଓବିସି ମହିଳାମାନଙ୍କୁ ଏହି ନିଯୁକ୍ତିରେ ଅଗ୍ରାଧିକାର ଦିଆଯିବ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ ଆମ ସମସ୍ତଙ୍କ ଆସ୍ଥା ରହିଛି । କିନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିଯାଇଛି ।

ହାଇକୋର୍ଟ ଓ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେବା ସତ୍ୱେ ମଧ୍ୟ ରତ୍ନଭ୍‌ଣ୍ଡାରର ଚାବି ମିଳିଲାନହିଁ । ବିଜେପିି ସରକାର ଆସିଲେ ଏହି ଚାବି ଅଣାଯାଇ ମହାପ୍ରଭୁଙ୍କ ସମ୍ପତିର ମୂଲ୍ୟାଙ୍କନ କରାଯିବ । ଏଥିସହ ଜଗନ୍ନାଥ ମନ୍ଦିରର ୪ ଦ୍ୱାର ମଧ୍ୟ ଖୋଲାଯିବ । ବିଜେଡି ନିର୍ବାଚନରେ ହାରିଗଲେ ବିଜେଡି ନେତା ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି କହିଛନ୍ତି । ତେବେ ତାଙ୍କୁ ଏହି ସୁଯୋଗ ଦିଆଯିବ ନାହିଁ । ଓଡ଼ିଶାରେ ଯେଉଁ ସବୁ ଦୁର୍ନୀତି ହୋଇଛି ପ୍ରଥମେ ତାହାର ହିସାବ ଦେବାକୁ ହେବ । ଓଡ଼ିଶାରେ ଯେଉଁ ଖଣିଜ ସମ୍ପଦ ଲୁଟ୍ ହୋଇଛି, ଜଗନ୍ନାଥଙ୍କ ରତ୍ନଭଣ୍ଡରର ଚାବି ହଜିଛି, ଜଳସେଚନ ବ୍ୟବସ୍ଥା କାହିଁକି ହେଲାନି, ଶୀତଳ ଭଣ୍ଡାର କାହିଁକି ହେଲାନି ତାହାର ହିସାବ ତାଙ୍କୁ ଦେବାକୁ ହେବ । ହିଞ୍ଜିଳିରେ କୋବି ପରିବା ଭଲ ହୁଏ । ମାତ୍ର ଶୀତଳଭଣ୍ଡାର ନଥିବା କାରଣରୁ ଚାଷୀମାନଙ୍କୁ କ୍ଷତି ସହିବାକୁ ପଡ଼ୁଛି । ଏସବୁର ହିସାବ ଜନସାଧାରଣଙ୍କ ପାଖରେ ପାଣ୍ଡିଆନଙ୍କୁ ଦେବାକୁ ପଡିବ ।
ସେହିଭଳି ଓଡ଼ିଶାରେ ସ୍ୱଚ୍ଛ ଓ ନିରେପକ୍ଷ ନିର୍ବାଚନ କରାଇବାକୁ ନିର୍ବାଚନ କମିଶନଙ୍କୁ ଭୁପିନ୍ଦର ଯାଦବ ମହୋଦୟ ଦାବି କରିଛନ୍ତି ।
ଏହି ଅବସରେ ଆସ୍କା ଲୋକସଭା ପ୍ର୍ରାର୍ଥିନୀ ଅନିତା ଶୁଭଦର୍ଶନୀ ପଟ୍ଟନାୟକ ଏବଂ ବିଧାନସଭା ପ୍ରାର୍ଥୀ ଶିଶିର ମିଶ୍ରଙ୍କୁ ଭୋଟ ଦେବାକୁ ଶ୍ରୀ ଯାଦବ ଅନୁରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *