ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଥିବା ବେଳେ ସଭାପତିଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀରେ କିଛି କେନ୍ଦ୍ରୀୟ ନେତାଙ୍କୁ ଭେଟିବା ନେଇ କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି । ରାଜ୍ୟ କମିଟି, ବୋର୍ଡ ନିଗମ ନେଇ ଆଲୋଚନା ହୋଇପାରେ ବୋଲି ଜଣାପଡିଛି ।

ସୂଚନା ଯୋଗ୍ୟ; କିଛି ଦିନ ହେବ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ବାରମ୍ବାର ଦିଲ୍ଲୀ ଗସ୍ତ କରୁଥିବା ବେଳେ ଏବେ ୪ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ସମୟରେ ଆଜି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଦିଲ୍ଲୀ ଗସ୍ତ କରିଛନ୍ତି । ରାଜ୍ୟରେ ଖାଲିପଡିଥିବା ମନ୍ତ୍ରୀ ପଦ ଓ ବିଭିନ୍ନ ନିଗମର ଅଧ୍ୟପ ପଦ ପୂରଣ ପାଇଁ ଆଲୋଚନା ହେବାର ସମ୍ଭାବନା ରହିଥିବା ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *