ବିଜେପି ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ । ବିଜେପି ରାଜ୍ୟ ସଭାପତି ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ସ୍ଥଗିତ ରହିଥିବା ଜଣାପଡିଛି । ପୁରୀ ଅଘଟଣ ପାଇଁ ମର୍ମାହତ, ତେଣୁ ନିର୍ବାଚନ ସ୍ଥଗିତ ରହିଥିବା ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ।

ଆସନ୍ତାକାଲି ନାମାଙ୍କନ ଭରି ଥାଆନ୍ତେ ଦଳର ରାଜ୍ୟ ସଭାପତି ଆଶାୟୀ । ମଙ୍ଗଳବାର ବିଜେପିର ସଭାପତି ଘୋଷଣା ହୋଇ ଥାଆନ୍ତା । ବର୍ତ୍ତମାନ ରାଜ୍ୟ ବିଜେପି ସଭାପତି ଭାବେ ମନମୋହନ ସାମଲ ଦାୟିତ୍ବରେ ଥିବା ବେଳେ କିଏ ହେବ ପରବର୍ତ୍ତୀ ରାଜ୍ୟ ବିଜେପିର ନୂଆ ସଭାପତି ଏହା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ଏହାକୁ ସ୍ଥଗିତ ରଖାଯାଇଛି ।

Leave a Reply

Your email address will not be published. Required fields are marked *