ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ସଂକଳ୍ପ ପତ୍ର ଘୋଷଣା କରିଛି । ବିଜେପିର ସଂକଳ୍ପ ପତ୍ରରେ ମହିଳାଙ୍କୁ ଗୁରୁତ୍ବ ଦିଆଯାଇଛି। ମହିଳାଙ୍କୁ ୨୫୦୦ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ଜେପି ନଡ୍ଡା । ମହିଳା ସମୃଦ୍ଧି ଯୋଜନାରେ ପ୍ରତିମାସ ଦିଆଯିବ ୨୫୦୦ ଟଙ୍କା । ଏହା ସହ ଏଲ୍ପିଜି ସବ୍ସିଡି ୫୦୦ ଟଙ୍କା ଦିଆଯିବ । ହୋଲି, ଦୀପାବଳିରେ ମାଗଣା ଗ୍ୟାସ୍ ସିଲିଣ୍ଡର ଦିଆଯିବ। ଗର୍ଭବତୀଙ୍କୁ ଏକକାଳୀନ ଦିଆଯିବ ୨୧ ହଜାର ଟଙ୍କା । ମାତୃତ୍ୱ ଛୁଟି ୧୨ ସପ୍ତାହରୁ ୨୬ ସପ୍ତାହକୁ ବୃଦ୍ଧି ସହ ଆୟୁଷ୍ମାନ ଭାରତ ଯୋଜନା ଦିଲ୍ଲୀରେ ଲାଗୁ କରାଯିବା ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି । ଜେପି ନଡ୍ଡା ଆଉ ମଧ୍ୟ କହିଛନ୍ତି; ବିଜେପି ସବୁବେଳେ ନିଜର ପ୍ରତିଶ୍ରୁତି ପାଳନ କରିଥାଏ । ଆୟୁଷ୍ମାନ ଭାରତ ଯୋଜନା ଦିଲ୍ଲୀରେ ଲାଗୁ କରିବୁ । ଦିଲ୍ଲୀରେ ଚାଲିଥିବା ବିକାଶମୂଳକ ଯୋଜନା ଜାରି ରହିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାଗଣା ମଧ୍ୟ ଘର ଦିଆଯିବ । ମାତୃତ୍ୱ ଛୁଟି ୧୨ ସପ୍ତାହରୁ ୧୬ ସପ୍ତାହକୁ ବୃଦ୍ଧି ଘୋଷଣା କରାଯାଇଛି । ବରିଷ୍ଠ ନାଗରିକଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ । ବସ୍ତିରେ ଖୋଲିବ ଅଟଳ କ୍ୟାଣ୍ଟିନ , ୫ ଟଙ୍କାରେ ମିଳିବ ମିଲ୍ସ । Post navigation ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ୧୪ ବର୍ଷ ଜେଲ୍ ମନୁ, ଗୁକେଶ, ହର୍ମନପ୍ରୀତ, ପ୍ରବୀଣଙ୍କୁ ମିଳିଲା ରାଷ୍ଟ୍ରୀୟ ଖେଳ ରତ୍ନ ପୁରସ୍କାର