bjp-leader-jagannath-pradhan-arrested
ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଆଜି ଗିରଫ ହୋଇଛନ୍ତି ।
 
ଆଜି DCP ଅଫିସରେ ପହଞ୍ଚି ବିଜେପି ନେତା ଜଗନ୍ନାଥ ପ୍ରଧାନ ଆତ୍ମସମର୍ପଣ କରିଥିବା କୁହାଯାଉଛି । DCP ଅଫିସରୁ ତାଙ୍କୁ ସିଧାସଳଖ କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଛି ।
 ଜଗନ୍ନାଥ ପ୍ରଧାନଙ୍କ ଜାମିନ ନାମଞ୍ଜୁର ପରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତ (ଜେଲ)କୁ ପଠା ଯାଇଛି । 
ତାଙ୍କ ଗିରଫକୁ ନେଇ ତାଙ୍କ ସମର୍ଥକମାନେ ଭୁବନେଶ୍ୱରରେ ହଙ୍ଗାମା କରିଛନ୍ତି । ଡିସିପି ଅଫିସ ସାମ୍ନାରେ ହୋହାଲ୍ଲା କରିବା ସହ ବାଣୀବିହାରରେ ରାସ୍ତା ରୋକ୍ କରିବା ଫଳରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି ।
 
ଜଗନ୍ନାଥ ପ୍ରଧାନଙ୍କ ଗିରଫ ଜିଦରେ ଓଏଏସ ସଂଘ ଅଟଳ ଥିଲେ ଓ ରାଜ୍ୟ ସରକାରଙ୍କୁ ୩ ଦିନର ମହଲତ ଦେଇଥିଲେ । 

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ କହିଛନ୍ତି ଯେ ଏ ଘଟଣାରେ ମୋର ସଂପୃକ୍ତି ନ ଥିବା ସତ୍ତ୍ବେ ବିଭିନ୍ନ ଦିଗରୁ ତାଙ୍କୁ, ଦଳକୁ ଏବଂ ସରକାରଙ୍କୁ ବଦନାମ୍ କରିବା ପାଇଁ ଯୋଜନାବଦ୍ଧ ଉଦ୍ୟମ କରାଗଲା । ଓଏଏସ ସଂଘ ମଧ୍ୟ ଏହି ଯୋଜନାର ଶିକାର ହୋଇ ମୋ ଗିରଫ ଦାବୀ କରି ଆନ୍ଦୋଳନରତ ଅଛନ୍ତି ।

ଏହି ଆନ୍ଦୋଳନ ଫଳରେ ବନ୍ୟାଞ୍ଚଳ ର ଦୂର୍ଗତିରେ ଥିବା ଲୋକମାନଙ୍କ ସେବା ଓ କ୍ଷୟକ୍ଷତି ର ଆକଳନ ଓ କ୍ଷତିପୂରଣ ଆବଣ୍ଟନ ପ୍ରଭାବିତ ହୋଇପାରେ ତଥା ବାହୁଡ଼ା ଯାତ୍ରା ଓ ମହାପ୍ରଭୁଙ୍କ ସୁନାବେଶ ମଧ୍ୟ ପ୍ରଭାବିତ ହୋଇପାରେ ।

ତେଣୁ ଓଡ଼ିଶା ସରକାରର ସମ୍ମାନ ଓ ଓଡ଼ିଶା ତଥା ଓଡିଶାବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଉକ୍ତ ଘଟଣାର ତଦନ୍ତ କାର୍ଯ୍ୟରେ ସହଯୋଗ କରିବାକୁ ଯାଉଛି ବୋଲି ପ୍ରଧାନ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *