ଭରତପୁର ଥାନା ଘଟଣାରେ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ବିଜେପି ସରକାର ଅତ୍ୟନ୍ତ ଯତ୍ନତା ଏବଂ ସଂଯମତାର ସହ ଉଚିତ୍ ପଦକ୍ଷେପ ଗ୍ରହଣ କରି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ସ୍ୱାଗତ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ନେତୃତ୍ୱରେ ପ୍ରଥମେ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇ ବିଭିନ୍ନ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଥିଲା ଏବଂ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାନ୍ୟବର ହାଇକୋର୍ଟଙ୍କ ତତ୍ୱାବଧାନରେ କ୍ରାଇମବ୍ରାଂଚ ତଦନ୍ତ କରାଯିବା ସହିତ ଯଥା ଶୀଘ୍ର ତଦନ୍ତ ରିପୋର୍ଟ ପ୍ରକାଶ ପାଇବ । ମହିଳାଙ୍କ ସୁରକ୍ଷା ଏବଂ ମହିଳା ସଶକ୍ତୀକରଣ ହେଉଛି ଆମର ମୂଳ ଲକ୍ଷ୍ୟ । ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ । ମହିଳା ଅପରାଧ କ୍ଷେତ୍ରରେ ସର୍ବଦା ‘ଶୂନ୍ୟ ସହନଶୀଳତା ନୀତି’ ଅବଲମ୍ବନ କରାଯିବ । ଦୋଷୀଙ୍କୁ ଦଣ୍ଡ ଏବଂ ନିର୍ଦ୍ଦୋଷଙ୍କୁ ନ୍ୟାୟ ପାଇଁ ବିଜେପି ସରକାର କୌଣସି ସାଲିସ୍ କରିବ ନାହିଁ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ଅଯଥାରେ ଭରତପୁର ଘଟଣାକୁ ରାଜନୀତିକରଣ କରାଯାଉଛି । ମାତ୍ର ୧୦୦ ଦିନ ବିଜେପି ସରକାରର ଜନକଲ୍ୟାଣକାରୀ କାର୍ଯ୍ୟରେ ବିଜେଡି, କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତିକ ଦଳଗୁଡିକ ଭୟଭୀତ ହୋଇ ପଡିଛନ୍ତି । ମହିଳା ସୁରକ୍ଷାକୁ ପ୍ରାଥମିକତା ଦେଇ ଆମ ସରକାର କାର୍ଯ୍ୟ କରୁଛି । ମହିଳା ବିରୋଧୀ ହିଂସାକୁ ଆଦୌ ବରଦାସ୍ତ କରାଯିବ ନାହିଁ କି ଏଭଳି ହୀନ ଘଟଣାରେ ସଂପୃକ୍ତ ଜଣକୁ ହେଲେ ଛଡାଯିବ ନାହିଁ ବୋଲି ଶ୍ରୀ ସାମଲ ଦୃଢୋକ୍ତି ପ୍ରକାଶ କରିଛନ୍ତି । Post navigation ରାଉରକେଲା ନାବାଳିକା ଗଣଦୁଷ୍କର୍ମ ମାମଲା: ଶିଶୁ ଅଧିକାର ସୁରକ୍ଷା ଆୟୋଗର ହସ୍ତକ୍ଷେପ ବଜ୍ରାଘାତରେ ୨ ମୃତ, ୨ ଗୁରୁତର