ଆଜି ଭୁବନେଶ୍ୱର ଗସ୍ତରେ ଆସିଛନ୍ତି ରାହୁଲ ଗାନ୍ଧୀ । ଓଡ଼ିଶାରେ ପିସିସି ସଭାପତି ପରିବର୍ତ୍ତିତ ହେବା ପରେ ରାହୁଲ ପ୍ରଥମଥର ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି । ଭୁବନେଶ୍ଵରରେ ପହଞ୍ଚିବା ପରେ ବରମୁଣ୍ଡାରେ ହେଉଥିବା ସମ୍ବିଧାନ ବଞ୍ଚାଅ ସମାବେଶରେ ସାମିଲ୍ ହୋଇଛନ୍ତି ରାହୁଲ । ରାହୁଲଙ୍କ ସହ ମଲିକାର୍ଜୁନ ଖଡ୍ଗେ, କେ.ସି ବେଣୁଗୋପାଳ ବି ସାମିଲ୍ ହୋଇଛନ୍ତି । ଏହା ସହ ପିସିସି ସଭାପତିଙ୍କ ସମେତ ରାଜ୍ୟର ଅନେକ ବରିଷ୍ଠ ନେତା ଉପସ୍ଥିତ ରହିଛନ୍ତି । ଏହି ସମାହାରରେ ଦଳର ନେତା ଓ କର୍ମୀମାନଙ୍କୁ ଉଦବୋଧନ ଦେଇ ସେ ଓଡିଶାରେ ଜୋରଦାର୍ ଲଢ଼େଇ କରିବାକୁ ଆହ୍ୱାନ ଦେଇଛନ୍ତି । ଏହା ସହ ବିଜେପିକୁ ଟାର୍ଗେଟ କରି ରାହୁଲ ଗାନ୍ଧୀଙ୍କ ରଣହୁଙ୍କାର ଦେଖିବାକୁ ମିଳିଛି । ସେ କହିଛନ୍ତି ବିଜେପି ପୂରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି । ପ୍ରଥମେ ମହାରାଷ୍ଟ୍ର ଓ ଏବେ ବିହାରରେ ଭୋଟ ଚୋରି କରିବାକୁ ବିଜେପି କରିଛି ଯୋଜନା । କାରଣ ସେଠାରେ ନୂଆ ୧ ଲକ୍ଷ ଭୋଟର୍ କିପରି ଆସିଲେ । ଏହି ଦୁଇ ରାଜ୍ୟରେ ନିର୍ବାଚନ ଚୋରି ଉଦ୍ୟମ ଚାଲିଛି । ଜଳ, ଜଙ୍ଗଲ, ଜମି ଆଦିବାସୀଙ୍କର ଅଛି ଓ ରହିବ । ଏଠାରେ ବିନା ପଚାରି ଆଦିବାସୀଙ୍କୁ ଜମିରୁ ହଟାଯାଉଛି । ପେସା ଆଇନ୍ ଲାଗୁ ହେଉନି, କିନ୍ତୁ ଆମେ ଏହା ଲାଗୁ କରିବୁ । ସେହିପରି ଓଡ଼ିଶାରେ ଗରିବଙ୍କ ଧନ ଲୁଟି ଖାଉଛି ସରକାର । ଓଡିଶାର ଜମି, ଜଳ ଓ ଜଙ୍ଗଲକୁ କେନ୍ଦ୍ର ଓ ରାଜ୍ୟ ବିଜେପି ସରକାର ମିଳିତ ଭାବେ ୫-୬ଟି କମ୍ପାନୀ ହାତରେ ଟେକି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମୋଦି ଫସଲ ବୀମା ଯୋଜନା ଲାଗୁ କରିଥିଲେ । ଏଥିପାଇଁ ମୋଦି ଆପଣଙ୍କ ଠାରୁ ଟଙ୍କା ନେଲେ, କିନ୍ତୁ ଚାଷୀଙ୍କୁ କ୍ଷତିପୂରଣ ମିଳୁନି । ମୁଁ ଏହି ସରକାର ବିରୋଧରେ ଲଢ଼ିବାକୁ ଚାହୁଁଛି । ଏଠାକାର ସରକାରଙ୍କୁ ହଟାଇବାକୁ ଚାହୁଁଛି । ଦଳିତଙ୍କୁ ନା ସରକାରରେ ସ୍ଥାନ ମିଳୁଛି, ନା ବ୍ୟୁରୋକାସିରେ । ତେବେ ଜାତି ଜନଗଣନା ନିହାତି ଜରୁରୀ ବୋଲି ସେ କହିଥିଲେ । ତାଙ୍କ କହିବା କଥା ଓଡ଼ିଶାରେ ବି ଅରବପତିଙ୍କ ରାଜ୍ ଚାଲିଛି । ସେ ଆଉ ମଧ୍ୟ କହିଛନ୍ତି ଅଦାନୀ ପାଇଁ ରଥକୁ ରୋକାଯାଉଛି । ଯେତେବେଳେ ସାରା ରାଜ୍ୟର ଭାବାବେଗର ଠାକୁରଙ୍କ ରଥଯାତ୍ରା ଚାଲିଥିବା ବେଳେ ଲୋକଙ୍କ ଆସ୍ଥା ଉପରେ ପ୍ରତିଘାତ କରି ଆଦାନୀଙ୍କ ପାଇଁ ରଥ ଅଟକାଯାଇଥିଲା । ଏହା ଆପଣଙ୍କ ସରକାର ନୁହେଁ, ଅଦାନୀଙ୍କ ଭଳି ଉଦ୍ୟୋଗପତିଙ୍କ ସରକାର । ଏହାର ଲକ୍ଷ୍ୟ ଆପଣଙ୍କ ଜମି, ଜଙ୍ଗଲ ଆଉ ଭବିଷ୍ୟତକୁ ଚୋରି କରିବା । ଆପଣଙ୍କ ସରକାର ଓଡ଼ିଶା ଯୁବକଙ୍କ ପାଇଁ କେତେ ରୋଜଗାର ସୃଷ୍ଟି କରିଛନ୍ତି ? ବଡ ବଡ଼ କମ୍ପାନି ଆସୁଛନ୍ତି ଆପଣଙ୍କ ଜମି ନେଇଯାଉଛନ୍ତି, ଧନ ନେଇଯାଉଛନ୍ତି ଆପଣଙ୍କ ଖଣି ନେଇଯାଉଛନ୍ତି ଆପଣଙ୍କୁ କେତେ ରୋଜଗାର ଦେଉଛନ୍ତି? ଓଡ଼ିଶାରେ ଦୈନିକ ୧୫ ଜଣ ମହିଳାଙ୍କ ସହ ଦୁଷ୍କର୍ମ ହେଉଛି, ୪୦ ହଜାର ମହିଳା ନିଖୋଜ ହୋଇଛନ୍ତି । ହେଲେ ସେତେବେଳର ବିଜେଡି ଓ ଆଜିର ବିଜେପି ସରକାର ଏହା ପ୍ରତି ଗୁରୁତ୍ୱ ଦେଉନାହାଁନ୍ତି । ମହିଳାଙ୍କୁ ଦୁଷ୍କର୍ମ ହେଉଛି, କିନ୍ତୁ ସରକାର ନୀରବଦ୍ରଷ୍ଟା । ଏହାସହ ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍ କରି କହିଛନ୍ତି ବିଜେପି ସରକାର ଡ୍ରାଇଭର ମହାସଂଘ ଉପରେ ଚାପ ପକାଯାଇଥିଲା । ସମାବେଶକୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଇଥିଲା । କିନ୍ତୁ ଡ୍ରାଇଭର ମହାସଂଘ ସେମାନଙ୍କ କଥା ଶୁଣିଲେନି । ଏଥିପାଇଁ ଡ୍ରାଇଭର ମହାସଂଘକୁ ହୃଦୟରୁ ଧନ୍ୟବାଦ ଜଣାଉଛି । ସରକାର ଡ୍ରାଇଭରଙ୍କ ଦାବି ପୂରଣ କରିବା ଉଚିତ୍ । Post navigation ଗଣତନ୍ତ୍ରକୁ ହତ୍ୟା କରିଛି କଂଗ୍ରେସ: ବିଜେପି ରାହୁଲ ଗାନ୍ଧୀ ଭାରତର ଭବିଷ୍ୟତ: ଭକ୍ତ ଚରଣ ଦାସ