ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ନୂଆପଡ଼ା ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଜୟ ଢୋଲକିଆଙ୍କ ନାମରେ ମୋହର ମାରିଛି । ଏନେଇ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଘୋଷଣା କରାଯାଇଛି । ଦିବଙ୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ମିଶିଥିଲେ । ଆସନ୍ତାକାଲି ବିଜେପି ନିଜର ଶକ୍ତି ପ୍ରଦର୍ଶନ କରିବ । ବିଶାଳ ଶୋଭାଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିବେ ଜୟ । ଏହି ସମୟରେ ରାଜ୍ୟ ବିଜେପିର ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିବେ । ଏହା ସହିତ ଆସନ୍ତାକାଲି ମିଶ୍ରଣ ପର୍ବ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ ହଜାର ହଜାର ବିଜେଡ଼ି ଏବଂ କଂଗ୍ରେସ କର୍ମୀ ପଦ୍ମ ଧରିବେ ବୋଲି ସୂଚନା ମିଳିଛି । ସୂଚନା ଯୋଗ୍ୟ; ଆଜି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଜୟଙ୍କ ନାମକୁ ବିଧିବଦ୍ଧ ଭାବରେ ପ୍ରକାଶ କରିଛି । ଏହା ସହିତ ଅନ୍ୟ ରାଜ୍ୟ ଯଥା ଜାମ୍ମୁ କଶ୍ମୀର, ତେଲେଙ୍ଗାନା ଓ ଝାରଖଣ୍ଡରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଉ ଚାରି ଜଣଙ୍କ ନାମ ମଧ୍ୟ ଘୋଷଣା କରିଛି । ସେହିପରି ବିଜେପି ପୂର୍ବରୁ କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ ଘୋଷଣା କରିସାରିଥିଲା । କିନ୍ତୁ ବିଜେଡ଼ିରେ ଏବେବି ଦ୍ୱନ୍ଦ୍ୱ ଲାଗି ରହିଛି । Post navigation Diwali 2025 date: ୨୦ ତାରିଖରେ ପାଳନ କରାଯିବ ପୟାଶ୍ରାଦ୍ଧ ଓ ଦୀପାବଳି Nuapada Byelection: ନୂଆପଡା ଉପନିର୍ବାଚନ; ୩ ଆଶାୟୀଙ୍କୁ ନବୀନ ନିବାସକୁ ଡାକରା