ରାଜ୍ୟସଭାରେ ‘ଭାରତୀୟ ସମ୍ବିଧାନର ୭୫ ବର୍ଷର ଗୌରବମୟ ଯାତ୍ରା ଉପରେ ଆଲୋଚନାରେ ଅଂଶଗ୍ରହଣ କରି ବିଜେଡି ସାଂସଦ ସୁଲତା ଦେଓ ରାଷ୍ଟ୍ରପତିଙ୍କ ପ୍ରତି କରିଥିବା ଆକ୍ଷେପ ଘଟଣାରେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳଙ୍କ ସମାଲୋଚନା । ସେ କହିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଓଡିଶାର ଗର୍ବ ଗୌରବ । ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ସାରାଦେଶରେ ଯେଉଁ ସମ୍ମାନ ଏବଂ ଆଦର ମିଳୁଛି ଏହା ପ୍ରତି ଓଡ଼ିଆଙ୍କ ପାଇଁ ଗର୍ବର କଥା । ଯେଉଁଭଳି ଭାବରେ ବିଜେଡିର ଜଣେ ରାଜ୍ୟସଭା ସାଂସଦ ରାଜ୍ୟସଭାରେ ଦ୍ରୌପଦୀ ମୁର୍ମୁଙ୍କୁ ହୀନ ରାଜନୀତି ଭିତରକୁ ଟାଣିଲେ, ସମାଲୋଚନା କରିବା ବେଳେ ବାଡ଼ବତା ରଖିଲେ ନାହିଁ, ଏହା ଓଡିଶାବାସୀଙ୍କ ମନରେ ଦୁଃଖ ଦେଇଛି । ପୂର୍ବରୁ ମଧ୍ୟ ଅପମାନିତ ପାଇଁ ଅପଚେଷ୍ଟା କରିଛି ବିଜେଡି । ପ୍ରଶ୍ନ ଉଠୁଛି ଯେ ଏହା କଣ ସମ୍ପୂକୁ ରାଜ୍ୟସଭା ସାଂସଦଙ୍କର ନିଜସ୍ବ ମତ ନା ବିଜେଡି ମୁଖୁଆ ନବୀନ ବାବୁଙ୍କର ମଧ୍ୟ ଏହି ମତରେ ସହମତି ଅଛି? ଯଦି ସହମତି ନାହିଁ ତାହେଲେ ନବୀନ ବାବୁ ଚୁପ କାହିଁକି? କିଛି ଦିନ ତଳେ ଆଉ ଜଣେ ବିଜେଡି ରାଜ୍ୟସଭା ସାଂସଦ କାଳଜୟୀ ଓଡ଼ିଆ ପାର୍ଥନା ଆହେ ଦୟା ମୟ ବିଶ୍ବ ବିହାରୀକୁ ମଧ୍ୟ କଦର୍ଥ କରିଥିଲେ । ସେତେବେଳେ ମଧ୍ୟ ନବୀନ ବାବୁ ପାଟି ଖୋଲିଲେ ନାହିଁ । ନବୀନ ବାବୁ କଣ ତାଙ୍କ ରାଜ୍ୟସଭା ସାଂସଦମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି କି ଓଡିଆଙ୍କ ସ୍ବାଭିମାନକୁ ଅପମାନିତ କରିବା ପାଇଁ? ଆଗରୁ ବିଜେଡି ଶାସନରେ ଥୂବାବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଭାରେ ବାରମ୍ବାର ବିଦ୍ୟୁତ କାଟ କରାଯାଇଥିଲା । ଏବେ ପୁଣି ରାଜ୍ୟସଭାରେ ଅପମାନିତ ପାଇଁ ଅପଚେଷ୍ଟା । ଏସବୁ ଗୋଟିଏ ରାଜନୈତିକ ଦଳର ଆଦର୍ଶ ଲକ୍ଷଣ ନୁହେଁ । ସୂଚନାଯୋଗ୍ୟ; ବିଜୁ ଜନତା ଦଳ ମଣିପୁର ବିବାଦ, ଉତ୍ତରପ୍ରଦେଶରେ ସାମ୍ପ୍ରଦାୟିକ ଦଙ୍ଗା ଏବଂ ଗତ ୬ ମାସ ମଧ୍ୟରେ ଓଡିଶାରେ ମହିଳାଙ୍କ ପ୍ରତି ଯୌନ ହିଂସା ଉପରେ ରାଷ୍ଟ୍ରପତି ମୁର୍ମୁଙ୍କ ନିରବତା ଉପରେ ପ୍ରଶ୍ନ କରିଥିଲେ ଏହା ସହ ଆର.ଜି କର ମେଡିକାଲ କଲେଜରେ ହୋଇଥିବା ବଳାତ୍କାର ଓ ହତ୍ୟା ମାମଲାରେ କରିଥିଲେ Post navigation ଲୋକସଭାରେ ଆଗତ ହୋଇ ଜେପିସିକୁ ଗଲା ୱାନ୍ ନେସନ୍ ୱାନ୍ ଇଲେକ୍ସନ ବିଲ୍ ଶିମିଳିପାଳରେ ନାହାଁନ୍ତି ମହାରାଷ୍ଟ୍ରରୁ ଆସିଥିବା ଦୁଇ ବାଘୁଣୀ