ଆଜି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ପ୍ରଥମ ପର୍ଯ୍ୟାୟରେ ୯୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି । ମହାରାଷ୍ଟ୍ରରେ ନଭେମ୍ବର ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ୨୩ ତାରିଖରେ ଭୋଟ ଗଣତି ହେବ ।

ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଲଢିବେ ନାଗପୁର ଦକ୍ଷିଣ ପଶ୍ଚିମ ଆସନରୁ, ରାଜ୍ୟ ବିଜେପି ମୁଖିଆ ଚନ୍ଦ୍ରଶେଖର ବାଓ୍ବନକୁଲେ ଲଢିବେ କାମଠିରୁ, ମନ୍ତ୍ରୀ ଗିରିଶ ମହାଜନ ଲଢିବେ ଜାମନେରରୁ, ମନ୍ତ୍ରୀ ସୁଧିର ମୁନଗାନ୍ତିଓ୍ବାର ଲଢିବେ ବଲ୍ଲାରପୁରରୁ ।

ଏହାସହ କଂଗ୍ରେସ ଛାଡ଼ି ବିଜେପିକୁ ଆସିଥିବା ବରିଷ୍ଠ ନେତା ଅଶୋକ ଚୌହାନଙ୍କ ଝିଅ ଶ୍ରୀଜୟା ଚୌହାନଙ୍କୁ ଦଳ ଭୋକରରୁ ଟିକେଟ୍‌ ଦେଇଛି । ଦଳ ପ୍ରଥମ ତାଲିକାରେ ଶ୍ରୀଜୟାଙ୍କ ସମେତ ୧୩ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି ।

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରର ମୋଟ ୨୮୮ଟି ବିଧାନସଭା ସିଟ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ନଭେମ୍ବର ୨୦ରେ ମତଦାନ ଏବଂ ୨୩ ତାରିଖରେ ଭୋଟ ଗଣତି ହେବ।

Leave a Reply

Your email address will not be published. Required fields are marked *