ସମନ୍ୱୟ କମିଟିକୁ ସହଯୋଗ କରିବା ପାଇଁ ବିଜେଡି ପକ୍ଷରୁ ୩ଟି କମିଟି ଗଠନ କରାଯାଇଛି । ଉପଦେଷ୍ଟା କମିଟି, ସଭ୍ୟ ସଂଗ୍ରହ କମିଟି ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ଵୟନ କମିଟି ଭଳି ୩ଟି କମିଟି ଗଠନ ହୋଇଛି। ଏଥିରେ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କମିଟି ଗଠନ ହୋଇଛି।

ଉପଦେଷ୍ଟା କମିଟିର ଆବାହକ ପ୍ରସନ୍ନ ଆଚାର୍ଯ୍ୟ ରହିଥିବା ବେଳେ ୧୭ ଜଣ ସଦସ୍ୟ ସହଯୋଗ କରିବେ । ସଭ୍ୟ ସଂଗ୍ରହ କମିଟିରେ ୨୨ ଜଣ ସଦସ୍ୟ ଥିବାବେଳେ ଆବାହକ ଅତନୁ ସବ୍ୟସାଚୀ ନାୟକ ଅଛନ୍ତି । ସେହିପରି କାର୍ଯ୍ୟକ୍ରମ କାର୍ଯ୍ୟାନ୍ଵୟନ କମିଟିର ଆବାହକ ସଞ୍ଜୟ ଦାସବର୍ମା ହୋଇଥିବାବେଳେ ୨୨ ସଦସ୍ୟ ରହିଛନ୍ତି।

Leave a Reply

Your email address will not be published. Required fields are marked *