ସୋସିଆଲ ମିଡ଼ିଆ ସଜାଡ଼ିବାକୁ ବିଜେଡି ଏବେ ଜୋରଦାର ଚେଷ୍ଟା ଚଳାଇଛି । ୨୦୨୪ ନିର୍ବାଚନ ହାରିବାକୁ ଦଳ କି ଦଳୀୟ ନେତା ସହଜରେ ଗ୍ରହଣ କରିପାରୁନାହାନ୍ତି । ଗତ ସାଧାରଣ ନିର୍ବାଚନରେ ନିର୍ବାଚନ ବୈତରଣୀ ପାର ହେବାକୁ ସୋସିଆଲ ମିଡ଼ିଆର ବହୁଳ ବ୍ୟବହାର ହୋଇଥିଲା । ହେଲେ ବିଜେଡିର ଭୁଲ ନେତା ଚୟନ, ସୋସିଆଲ ମିଡ଼ିଆ ପରିଚାଳନା ଠିକ ଭାବେ କରି ନପାରିବା ନିର୍ବାଚନ ହାରିବାର ଏକ କାରଣ ହୋଇପାରେ । ଦଳର ବରିଷ୍ଠ ନେତାଙ୍କୁ ଅଣଦେଖା କରି ବାହାର ଲୋକଙ୍କୁ ସର୍ବେସର୍ବା କରିବା ବିଜେଡି ଓ ଦଳର ସଭାପତିଙ୍କୁ ମହଙ୍ଗା ପଡିଛି । ଦୀର୍ଘଦିନ ପରେ ପୁଣି ବିଜେଡିର ଚେତା ପଶିଛି । ସଙ୍ଗଠନକୁ ସୁଦୃଢ଼ ବା ମଜଭୁତ କରିବା ପାଇଁ ସୋସିଆଲ ମିଡ଼ିଆ ଟିମ ଗଠନକୁ ପ୍ରାଧାନ୍ୟ ଦିଆଯାଉଛି । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି । ଏବେଠୁ ସୋସିଆଲ ମିଡ଼ିଆ ଷ୍ଟ୍ରଙ୍ଗ ହେଲେ ନିର୍ବାଚନରେ ସୁପ୍ରଭାବ ପଡିପାରେ । ଅନ୍ୟପକ୍ଷରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଏବେଠୁ ସଂଗଠନ ଗଢ଼ା ହେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ସୋସିଆଲ ମିଡ଼ିଆ ସଜାଡ଼ିବା ପାଇଁ ବିଜେଡି ବହୁ ପରିମାଣରେ ଅର୍ଥ ବ୍ୟୟ କରୁଛି । ହେଲେ ଠିକ ଭାବେ ପରିଚାଳନା ନହେଲେ ପୂର୍ବ ନିର୍ବାଚନ ଭଳି ସ୍ଥିତି ହେବ । ଏପରିକି ସ୍ଵୟମ ପ୍ରକାଶ ମହାପାତ୍ରଙ୍କ ଟିମ ଫେଲ ହେଲା ପରେ ଅମର ପଟ୍ଟନାୟକ ପୁନଶ୍ଚ ସୋସିଆଲ ମିଡ଼ିଆ ଦାୟିତ୍ୱ ନେଇଛନ୍ତି । ଏ ନେଇ ଏକ ନୂଆ କମିଟି ମଧ୍ୟ ଗଠନ କରାଯାଇଛି । ଅମର ପଟ୍ଟନାୟକ ୨୦୧୯ ସାଧାରଣ ନିର୍ବାଚନ ସମୟରେ ସୋସିଆଲ ମିଡ଼ିଆ ସମ୍ଭାଳୁଥିଲେ । ଏବେ ତାଙ୍କ ନେତୃତ୍ୱରେ ସୋସିଆଲ ମିଡ଼ିଆକୁ ଭଲ ମାଇଲେଜ ମିଳିବ ଆଶା କରାଯାଉଛି । ହେଲେ ବିଜେଡି କେତେଦୂର ତାର ରଣନୀତିରେ ସଫଳ ହେବ ତାହା ସମୟ କହିବ । ନିଜର ପ୍ରମୋସନ କରିବା ପରିବର୍ତ୍ତେ ଅନ୍ୟକୁ ନୀଚ୍ଚ ଦେଖେଇବା ବିଜେଡିକୁ ମହଙ୍ଗା ପଡ଼ିଲା । ବିଜେଡି ତା’ ଭୁଲ ସୁଧାରି ପୁଣି କମବ୍ୟାକ କରିପାରୁଛି କି ନାହିଁ ଦେଖିବା । Post navigation ଗଜପତି ଭୂସ୍ଖଳନରେ ୨ ମୃତ, ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ କଟକରେ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ; ଡିସିପିଙ୍କ ସମେତ ୬ ଆହତ