ରାଜ୍ୟସଭାରେ ୱାକଫ୍ ବିଲ୍‌ ଭୋଟିଂକୁ ନେଇ ବିଜେଡିରେ ଦେଖିବାକୁ ମିଳିଛି ବିବାଦ । ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଦଳର ଭିତରେ ଥିବା ନେତାଙ୍କ ମଧ୍ୟରେ ମତ ମତାନ୍ତର ଆରମ୍ଭ ହୋଇଯାଇଛି । ଦିନକୁ ଦିନ ଦଳର ସ୍ଥିତି ବହୁତ ସଙ୍ଗୀନ ହୋଇ ପଡିଛି ।

ଏହାରି ମଧ୍ୟରେ ଆଜି ଶଙ୍ଖ ଭବନରେ ଆଜି ଦଳର ବରିଷ୍ଠ ନେତାମାନଙ୍କୁ ଦଳର ସ୍ଥିତିକୁ ନେଇ ଆଲୋଚନା ପାଇଁ ଡ଼କାଯାଇଥିଲା ବେଳେ ଅଂଶୁମାନ ମହାନ୍ତିଙ୍କ ବାସଭବନରେ ଏକାଠି ହୋଇଛନ୍ତି ବିଜେଡିର ଯୁବ ନେତା । ପୂର୍ବତନ ବିଧାୟକମାନେ ଏହି ବୈଠକ କରିଥିବା ଦେଖିବାକୁ ମିଳିଥିଲା । ଏବଂ ଏହି ବୈଠକରେ ଆଲୋଚନା ପରେ ନବୀନ ନିବାସ ସମସ୍ତେ ଯାଇଥିବାର ଜଣାପଡିଛି ।

Leave a Reply

Your email address will not be published. Required fields are marked *