BJD yet to announce candidate for Nuapada bypoll

ନୂଆପଡ଼ା ଉପନିର୍ବାଚନ ପାଇଁ ସବୁ ଦଳର ଅଙ୍କକଷା ଆରମ୍ଭ ହୋଇଗଲାଣି । କଂଗ୍ରେସ ମାଡ଼ି ଚାଲିଥିବା ବେଳେ ବିଜେଡିର ପ୍ରାର୍ଥୀ ଚୟନ ଅଙ୍କ ଛିଡ଼ୁନି । ବିଜେଡି ୨୪ ବର୍ଷ ଧରି ରାଜ୍ୟର ଶାସନ ଭାର ସମ୍ଭାଳିଥିଲା । ହେଲେ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ପାଉନି । ଏହା ଅତ୍ୟନ୍ତ ଲଜ୍ଜ୍ୟାର କଥା । ଦଳରେ ଏତେ ବରିଷ୍ଠ ନେତା ଥାଉ ଥାଉ ଜଣେ ଅଣଓଡ଼ିଆଙ୍କୁ ସର୍ବେସର୍ବା କରିବାକୁ କର୍ମୀମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏହା ହିଁ ବିଜେଡି ପତନର କାରଣ ।

ନୂଆପଡ଼ା ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ବେଳେ କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରି ଆଦିବାସୀ କାର୍ଡ ଖେଳିବାକୁ ଯୋଜନା ଚଳାଇଛି । ବିଜେପି ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରି ଇମୋସନ କାର୍ଡ ଖେଳିବାକୁ ରଣନୀତି ପ୍ରସ୍ତୁତି କରିଛି । ହେଲେ ବିଜେଡି ଭକୁଆ । ଏବେ ଯାଏ ପ୍ରାର୍ଥୀ ମିଳୁନି ।

ବିଜେଡି ସୋସିଆଲ ମିଡ଼ିଆ ସଜାଡ଼ିବକୁ ଜୋରଦାର ପ୍ରୟାସ କରୁଛି ବୋଲି ନିକଟରେ ଶୁଣିବାକୁ ମିଳିଥିଲା । ଏଥିପାଇଁ ସେ ବହୁ ପରିମାଣରେ ଅର୍ଥ ଖର୍ଚ୍ଚ କରିବା ସହ କମିଟି ମଧ୍ୟ ଗଠନ କରିଥିଲା । ଦେଖିବାକୁ ବାକି ରହିଲା, ନୂଆପଡ଼ା ଉପନିର୍ବାଚନରେ ଏହାର କେତେ ପ୍ରଭାବ ଦେଖିବାକୁ ମିଳୁଛି ।

୨୦୨୪ ସାଧାରଣ ନିର୍ବାଚନରେ ଭୁଲ ପ୍ରାର୍ଥୀ ଚୟନ ବିଜେଡିକୁ ଭାରି ପଡ଼ିଥିଲା । ହେଲେ ନୂଆପଡ଼ା ଉପନିର୍ବାଚନରେ ବିଜେଡିରେ ହାହାକାର ପଡ଼ିଛି । ଏଭଳି ସ୍ଥିତି ଲାଗିରହିଲେ ବିଜେଡିର ଚିହ୍ନବର୍ଣ୍ଣ ହଜିଯିବ ।

By Nirvay

Leave a Reply

Your email address will not be published. Required fields are marked *