ଜନାଦେଶକୁ ଅସମ୍ମାନିତ କରି ବିଜୁ ଜନତା ଦଳ ଗଳାବାଟରେ କ୍ଷମତାକୁ ଫେରିବା ପାଇଁ ଅବାସ୍ତବ ସପ୍ନ କାହିଁକି ଦେଖୁଛି ? ଅତନୁଙ୍କ ଗଣିଚ ଅପେକ୍ଷା କ୍ଷମତାଚ୍ୟୁତ ବିଜୁ ଜନତା ଦଳର ନୀତିହୀନ ରାଜନୀତି ଅକ ପ୍ରକଟିତ ହେଉଛି । ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପୁଣିଥରେ ନିକଟରେ ମହାକାଳପଡ଼ାର ବିଧାୟକ ହୋଇପାରିବେ କି ? ଏହା ଯେଭଳି ଅସମ୍ଭବ, ନବୀନ ପଟନାୟକ ପୁଣିଥରେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ପଦକୁ ଫେରିବେ ବୋଲି କହିବା ସେମିତି ଅବାସ୍ତବ।

ପ୍ରଥମେ ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ କଂଗ୍ରେସ ସହ ମିଶି ବିଜଦ ଖୁବଶୀଘ୍ର ସରକାର ଗଢ଼ିବ ଏବଂ ନବୀନ ପଟନାୟକ ପୂଣି ଥରେ ମୂଖ୍ୟମନ୍ତ୍ରୀ ହେବେ ବୋଲି ଦଳୀୟ ସଭାରେ କହିଥିଲେ। କଂଗ୍ରେସଠୁ ଧିକାର ମିଳିବା ପରେ ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି ସ୍ପଷ୍ଟୀକରଣ ଦେଇଥିଲେ ଦେବାଶିଷ । କିନ୍ତୁ ପରବର୍ତ୍ତୀ କାଳରେ ଆଉ ଜଣେ ବିଜବର ରାଜ୍ୟସଭା ସଦସ୍ୟ ମୁନ୍ନା ଖାଁ ସମାନ କଥା ଦୋହରାଇଥିଲେ । ତେବେ ସେ କଂଗ୍ରେସ କଥା ଛାଡ଼ିଦେଇ ଭାଜପାରୁ ୧୪ ଜଣ ବାହାରି ଆସିବେ, ସେମାନଙ୍କ ସ‌ହ ମିଶି ବିଜଦ ସରକାର ଗଢ଼ିବ ଏବଂ ନବୀନ ବାବୁ ପୁଣି ମୁଖ୍ୟମନ୍ତ୍ରୀ ହୋଇଯିବେ ବୋଲି ଗଣିତ ବୁଝାଇଥିଲେ ମୁନ୍ନା । କିନ୍ତୁ ଆଉ ଜଣେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ଆଉ ଏକ ବିଚିତ୍ର ଗଣିତ ଶୁଣାଇଛନ୍ତି। ତେବେ ସେମାନଙ୍କର କଥାର ସାରମର୍ମ ହେଲା କଂଗ୍ରେସ ସହ ବିଜଦର ବୁଝାମଣା ହୋଇସାରିଛି । କେବଳ ଭାଜପା ଭାଙ୍ଗିଯିବାକୁ ଅପେକ୍ଷା। ଅତନୁ ଗତ ନିର୍ବାଚନରେ ତାଙ୍କ ଗଡ ମହାକାଳପଡା଼ରେ ବିପୁଳ ଭୋଟ ବ୍ୟବଧାନରେ ଭାଜପାଠାରୁ ପରାସ୍ତ ହୋଇଥିଲେ। ଜିଲ୍ଲାର ଏକମାତ୍ର ଆସନ ମହାକାଳପଡ଼ା ଯେଉଁଠି ହାରିଛି ବିଜବ। ମହାକାଳପଡ଼ାରେ ଏକ ଦଳୀୟ ସଭାରେ ଅତନୁ କର୍ମୀଙ୍କୁ ଗଣିତ ପଢ଼ାଇଥିଲେ। ପୂଣି ଥରେ ନବୀନ ମୁଖ୍ୟମନ୍ତ୍ରୀ ହେବେ। ଲୋକେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ମନ ବଳାଇ ସାରିଲେଣି ।

Leave a Reply

Your email address will not be published. Required fields are marked *