ଆଜି କିଛି ସମୟ ପୂର୍ବରୁ ପ୍ରତାପ ଷଡ଼ଙ୍ଗୀଙ୍କୁ ଠେଲାପେଲା ଘଟଣାକୁ ନିନ୍ଦା କରି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ କହିଥିଲେ : ଡାକ୍ତରଖାନାରେ ପ୍ରତାପ ଷଢଙ୍ଗୀଙ୍କୁ ରାହୁଲ ଗାନ୍ଧୀ ଭେଟିବା ଉଚିତ । ଏଭଳି ବ୍ୟବହାରକୁ ନିନ୍ଦନୀୟ କହିଥିବାବେଳେ କିଛି ସମୟ ପୂର୍ବରୁ ବିଜେଡି ତରଫରୁ ଏକ ପ୍ରେସ ରିଲିଜ ସାର୍ବଜନୀନ କରାଯାଇଛି ।

ପ୍ରକାଶିତ ପ୍ରେସ ରିଲିଜରେ ବିଜେଡ଼ି କହିଛି : ଆଜି ସଂସଦରେ ଘଟିଥିବା ଘଟଣା ସଂସଦର ଗାରିମା ଭଙ୍ଗ କରିଛି । ଏହି ଘଟଣାର ସତ୍ୟାସତ୍ୟ ଲୋକଲୋଚନାକୁ  ଆସିବା ଆବଶ୍ୟକ ।

ବିଜୁ ଜନତା ଦଳର ମୁଖପାତ୍ର ତଥା ମିଡିଆ ସଂଯାଜକ ଡ଼ଃ ଲେନନି ମହାନ୍ତି କହଛନ୍ତି :ଗଣତନ୍ତ୍ରର ମନ୍ଦିର ସ୍ୱରୂପ ସଂସଦର ମର୍ଯ୍ୟାଦାକୁ ଅକ୍ଷୁର୍ଣ ରଖିବା ସମସ୍ତଙ୍କର କର୍ତବ୍ୟ।

ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ,ଅହିଂସାର ଗୁରୁତ୍ଵ ଉପଲବ୍ଧିକରି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦକୁ ରଖିବା ପାଇଁ ପ୍ରସ୍ତାବ ରଖିଛନ୍ତି ।

ପ୍ରେସ ରିଲିଜ ମାଧ୍ୟମରେ ଆହୁରି ମଧ୍ୟ କୁହାଯାଇଛି, ଯେଉଁ ବ୍ୟକ୍ତି ଆଇନକୁ ଉଲଂଘନ କରିଛନ୍ତି ଆଇନ ଅନୁସାରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ହେବା ଉଚିତ । ଏହି ଘଟଣାକୁ ନେଇ କୌଣସି ରାଜନୀତି ହେବା ଉଚିତ ନୁହେଁ । ସାଂସଦ ହୁଅନ୍ତୁ କିମ୍ଵା ବିଧାୟକ ଅଥବା ରାଜ୍ୟପାଳଙ୍କ ପୁଅ କେହି ମଧ୍ୟ ଆଇନର ଉର୍ଦ୍ଧରେ ନୁହନ୍ତି ।

Leave a Reply

Your email address will not be published. Required fields are marked *