ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ । ଏହା ପୂର୍ବରୁ ବିଜେଡି କାହାକୁ ସମର୍ଥନ ଦେବ ତାହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହାକୁ ନେଇ ପୁନଚ୍ଛେଦ। ଭୋଟିଂ ବେଳେ ଅନୁପସ୍ଥିତ ରହିବ ବିଜୁ ଜନତା ଦଳ। ଏ ନେଇ ଦଳୀୟ ସାଂସଦଙ୍କ ସୂତ୍ରରୁ ସୂଚନା ମିଳିଛି ।

ରାଜ୍ୟସଭାରେ ଅଛନ୍ତି ବିଜେଡିର ୭ ସାଂସଦ । କିନ୍ତୁ କାହାକୁ ବି ସମର୍ଥନ କରିବନି ବିଜେଡି । ରାଜ୍ୟସଭାରେ ଅଛନ୍ତି ବିଜେଡିର ୭ ସାଂସଦ । ସି.ପି. ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରିଛି ଏନଡିଏ । ମୈଦାନରେ ଇଣ୍ଡି ମେଣ୍ଟର ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀ ରହିଛନ୍ତି ।

ସୂଚନାଯୋଗ୍ୟ, ନବୀନ ପଟ୍ଟନାୟକ ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନରେ ଦଳର ରଣନୀତି କଣ ରହିବ ଏବଂ ଦଳ କାହାକୁ ସମର୍ଥନ କରିବ ନା ବିରତ ରହିବ ସେ ନେଇ ସାତ ରାଜ୍ୟସଭା ସାଂସଦଙ୍କ ସହ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି । ଆଉ ଏହା ହିଁ ନିଷ୍କର୍ସ ବାହାରିଛି ଯେ, ବିଜେଡି ଭୋଟିଂରୁ ବିରତ ରହିବ । ଏମିତି ଅନେକ ବିଧେୟକ ରହିଛି ଯେଉଁଥିରେ ବିଜେଡି ସର୍ବଦା ଏନଡିଏ ସମର୍ଥନରେ ରହି ଆସିଛି ।

Leave a Reply

Your email address will not be published. Required fields are marked *