ରାଜ୍ୟରେ ଉତ୍କର୍ଷ ଓଡ଼ିଶା ଚାଲିଥିବା ବେଳେ ଆଜି ସାମ୍ୱାଦିକ ସମ୍ମିଳନୀର କରି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ରାଜ୍ୟରେ ଘଟିଥିବା ବିସ୍ଥାପିତଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦନୀୟ କରିବା ସହ ବିଜେଡି କହିଛି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛି ନୂଆ ସରକାର ଉତ୍କର୍ଷ ଓଡ଼ିଶାରେ ନିବେଶ ପ୍ଲାନ କରୁଛନ୍ତି କିନ୍ତୁ ଏଠି ଏସିଆର ବୃହତ ଷ୍ଟିଲ ହବ କଳିଙ୍ଗ ନଗରରେ ଲୋକଙ୍କ ଉପରେ ଅତ୍ୟାଚାର କରାଯାଉଛି । ମହିଳାଙ୍କୁ ଗୋଡେଇ ଗୋଡେଇ ମରାଗଲା । ସେଠି ଆଦିବାସୀଙ୍କ ଆଖିରୁ ଲୁହ ଝରିଲା। ଥରେ ମୁଖ୍ୟମନ୍ତ୍ରୀ ନିବେଶକଙ୍କୁ ନେଇ କଳିଙ୍ଗନଗର ଗ୍ରାଉଣ୍ଡକୁ ଯାଆନ୍ତୁ । ଏମିତି ପରିବେଶରେ କି ନିବେଶ ଆସିବ ? ଏପରି ପରିସ୍ଥିତିରେ ଟଙ୍କାଟିଏ ବି ଆସିବନି ରାଜ୍ୟକୁ । ବିଜେଡି ଆଉ ମଧ୍ୟ କହିଛି ବିସ୍ଥାପିତଙ୍କୁ ଆକ୍ରମଣ ହେଲା କିନ୍ତୁ ପ୍ରଶାସନ ନ୍ୟାୟ ଦେବା ପାଇଁ କୌଣସି ଆଲୋଚନା କରାଯାଇନାହିଁ । ରାତି ସାରା ଥଣ୍ଡା କକରରେ ବସିଛନ୍ତି ଆଦିବାସୀ। ପାଞ୍ଚ ହଜାର ବିସ୍ଥାପିତ ଅଛନ୍ତି। ତାଙ୍କୁ କେମିତି ନ୍ୟାୟ ଅଧିକାର ମିଳିବ ? ଯିଏ ଗୋଡେଇ ଗୋଡେଇ ମାରିଲେ ତାଙ୍କ ବିରୋଦ୍ଧରେ ତୁରନ୍ତ ତଦନ୍ତ ହେଉ । ବିରୋଧୀ ଦଳ ଭାବେ ଆମର ବି ଦାୟିତ୍ୱ ରହିଛି ଠିକ ନିବେଶ ପାଇଁ। ନିଯୁକ୍ତି ପାଇବେ ଲୋକେ। ଯାହା ସହଯୋଗ ଦରକାର, ବିରୋଧୀ ଦଳ ଭାବେ ନବୀନ ପଟ୍ଟନାୟକ ଦେବେ। କାରଣ ନିବେଶ ହେଲେ ଅଭିବୃଦ୍ଧି ହେବ ବୋଲି ବିଜେଡି କହିଛି । Post navigation ମହିଳାଙ୍କ ପାଇଁ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ ନବ ଦାସ ହତ୍ୟାକାଣ୍ଡକୁ ୨ ବର୍ଷ; ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଜଣାଇବେ ଦୀପାଳି