ଭିଜିଲାନ୍ସ ସଚେତନତା ସପ୍ତାହ ଆରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବକ୍ତବ୍ୟରେ ତାଙ୍କ କଥାକୁ ହେୟଜ୍ଞାନ କରିବେ ନାହିଁ ଓ ତାଙ୍କ ସରକାରଙ୍କ ଏବେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ କେବଳ ଟ୍ରେଲର ଓ ପୁରା ଫିଲ୍ମ ଆସିବା ବାକି ଅଛିକୁ ବିଜୁ ଜନତା ଦଳ ତରଫରୁ ଦୃଢ଼ ସମାଲୋଚନା କରାଯାଇଛି। ଶଙ୍ଖଭବନ ଠାରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମିଡିଆ ସଂଯୋଜକ ତଥା ମୁଖପାତ୍ର ଡଃ ଲେନିନ ମହାନ୍ତି କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ହେୟଜ୍ଞାନ କରାଯାଉଛି ବୋଲି ଜାଣି ଆମେ ଦୁଃଖତ । ମୁଖ୍ୟମନ୍ତ୍ରୀକୁ ହେୟଜ୍ଞାନ କରାଯାଉଛି ଅର୍ଥ ସରକାର ଅସହାୟ ଅବସ୍ଥାରେ ଅଛନ୍ତି, ଆଉ ସରକାର ଅସହାୟ ରହିଲେ ରାଜ୍ୟ ମଧ୍ୟ ଅସହାୟ ହୋଇ ପଢିବ। ଏଣୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ଉଚିତ, କିଏ କେଉଁ ପରିସ୍ଥିତିରେ ତାଙ୍କୁ ହେୟଜ୍ଞାନ କରୁଛନ୍ତି। ରାଜ୍ୟ ସରକାରଙ୍କ ଦ୍ବାରା ଏବେ ପର୍ଯ୍ୟନ୍ତ କରାଯାଇଥିବା କାର୍ଯ୍ୟକ୍ରମ ଗୁଡିକ କେବଳ ଟ୍ରେଲର ଉକ୍ତି ଉପରେ ସେ କହିଥିଲେ, ଆମେ ଦେଖୁଥୁଲୁ, ମୁଖ୍ୟମନ୍ତ୍ରୀ ନିକଟରେ ଏକ ଯାତ୍ରା ପେଣ୍ଡାଲରେ ଡାଇଲଗ ବାଢି କରୁଥିଲେ। ସମ୍ଭବତଃ, ସେହି କାରଣରୁ ସେ ଟ୍ରେଲର ଓ ଫିଲ୍ମ ଉକ୍ତି ବାଢୁଛନ୍ତି। ଅନେକ ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ରାଜ୍ୟ ବିଜେପି ସରକାର ବାସ୍ତବରେ ତାଙ୍କର ପ୍ରତିଶ୍ରୁତି ରକ୍ଷା କରିବାରେ ସଂପୂର୍ଣ ବିଫଳ ହୋଇଛନ୍ତି । ସେଇ ବିଫଳତାକୁ ଲୁଚାଇବାକୁ ଯାଇ ଡାଇଲଗ ବାଳି କରାଯାଉଛି ବୋଲି ଦଳର ମିଡିଆ ସଂଯୋଜକ ତଥା ମୁଖପାତ୍ର ଡଃ ଲେନିନ ମହାନ୍ତି କହିଥିଲେ । ଦଳର ଅନ୍ୟତମ ମୁଖପାତ୍ର ଶ୍ରୀ ତୁମ୍ବନାଥ ପଣ୍ଡା କହିଥିଲେ, ରାଜ୍ୟରେ ଭିଜିଲାନ୍ସ ସଚେତନ ସପ୍ତାହ ପାଳନ କରାଯାଉଛି, ଯାହା ଏକ ବାର୍ଷିକ କାର୍ଯ୍ୟକ୍ରମ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ରାଜ୍ୟରେ ଏକ ସୁଦୃଢ଼ ଦୁର୍ନୀତି ନିବାରଣ ବ୍ୟବସ୍ଥା ପ୍ରତିଷ୍ଠା ହୋଇଥିଲା । ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲଂବନ କରା ଯାଇଥିଲା । ଓଡ଼ିଶାର ଦୁର୍ନୀତି ନିବାରଣ ବ୍ୟବସ୍ଥାକୁ ଏକାଧିକ ଥର କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଶଂସିତ ହୋଇଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଜବତ କରିବାରେ ସାରା ଭାରତରେ ଓଡିଶା ତୃତୀୟ ସ୍ଥାନ ଅଧିକାର କରିଥିଲା । ଦୁର୍ନୀତିଖୋର ଅଧିକାରୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟରେ ଏକୋଇଶ ଜଣ ପ୍ରସିକ୍ୟୁସନ ଲିଆସନ ଅଫିସର ନିଯୁକ୍ତି ଦିଆ ଯାଇଥିଲା, ଯାହା ଯୋଗୁ ପ୍ରସିକ୍ୟୁସନ କ୍ଷେତ୍ରରେ ଓଡିଶା ଏକ ନମ୍ବର ସ୍ଥାନ ହାସଲ କରିବାରେ ସକ୍ଷମ ହୋଇଥିଲା । ଦୁର୍ନୀତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା କ୍ଷେତ୍ରରେ ନବୀନଙ୍କ ପଦକ୍ଷେପ ଯୋଗୁ ଓଡିଶା ସାରା ଭାରତରେ ସୁନାମ ହାସଲ କରିଥିଲା ଓ ଅନେକ ରାଜ୍ୟ ଏହି କାର୍ଯ୍ୟକ୍ରମକୁ ଆପଣେଇଥିଲେ ବୋଲି ଶ୍ରୀ ପଣ୍ଡା କହିଥିଲେ। Post navigation ଓଏଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର ମହାକାଳପଡ଼ା ବିଜେପିରେ ଅସନ୍ତୋଷ; ସରପଞ୍ଚଙ୍କ ଇସ୍ତଫାକୁ ନେଇ ପୁଣି ଚର୍ଚ୍ଚାରେ ଦୁର୍ଗା