ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁରେ ରାଜ୍ୟ ସରକାରଙ୍କ ବିଫଳତାକୁ ବିରୋଧ କରି ସାରା ରାଜ୍ୟରେ ବିଜେଡି ବିକ୍ଷୋଭ ଆରମ୍ଭ କରିଛି । ଭୁବନେଶ୍ୱର, ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ, ବାରିପଦା ଏବଂ ବିଭିନ୍ନ ସ୍ଥାନରେ ଛାତ୍ର ବିଜେଡି ପକ୍ଷରୁ ପ୍ରତିବାଦ ଓ ରାସ୍ତାରୋକ ଆରମ୍ଭ ହୋଇଛି । ଏହି ଘଟଣା ଛାତ୍ର ସମାଜ ପାଇଁ ଅସମ୍ମାନ । ସୌମ୍ୟାଶ୍ରୀଙ୍କ ନ୍ୟାୟ ଦାବିରେ ସବୁ କଲେଜ କ୍ୟାମ୍ପସ ସାମ୍ନାରେ ପ୍ରତିବାଦ କରିବ ବିଜୁ ଜନତା ଦଳ । ଘଟଣାର ବିଚାର ବିଭାଗୀୟ ତଦନ୍ତ ସହିତ ପରିବାରକୁ ୨କୋଟି ଟଙ୍କା ସହାୟତା ପାଇଁ ଦାବି କରିଛି ବିଜେଡି । ବିଜେଡି ପ୍ରେସମିଟ୍ କରି ଆଜି ଏହା ଘୋଷଣା କରିଛି । ବିଜେଡିର ଜିଲ୍ଲା ପ୍ରତିନିଧି ଦଳ ଆଜି ବାଲେଶ୍ଵର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଭୋଗରାଇ ପଳାସିଆ ସ୍ଥିତ ବାସଭବନରେ ପହଞ୍ଚି ସୌମ୍ୟାଶ୍ରୀଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । Post navigation ରାଜନୈତିକ ଚକ୍ରବ୍ୟୁହରେ ଫସିଗଲେ ପୀଡିତା ଝିଅକୁ ନେଇ ରାଜନୀତି ନ କରିବାକୁ ଅପିଲ୍ କଲେ ସୌମ୍ୟାଶ୍ରୀଙ୍କ ବାପା