ପଛୁଆ ବର୍ଗ, ଅନୁସୂଚିତ ଜାତି ଏବଂ ଜନଜାତିକୁ ସଂଖ୍ୟାନୁପାତିକ ଭାବରେ ସଂରକ୍ଷଣ ଦେବା ଦାବିରେ ବିଜୁ ଜନତା ଦଳର ରଣ ହୁଂକାର । ରାଜଧାନୀ ଭୁବନେଶ୍ୱର ରାଜଭବନ ଛକରେ ବିଶାଳ ସମାବେଶ କରିଛି ବିଜେଡ଼ି । ବିଜେପି ସରକାର ପଛୁଆ ବର୍ଗଙ୍କ ଧୋକା ଦେଇଥିବା ବିଜେଡ଼ି ଅଭିଯୋଗ କରିଛନ୍ତି । ଓବିସି ସଂରକ୍ଷଣ ପ୍ରସଙ୍ଗରେ ସଭାମଞ୍ଚରେ ବିଜେଡି ବିଧାୟକ ରାଜା ସ୍ବାଇଁଙ୍କ ତେର୍ଚ୍ଛା ବାଣ । ବିଜେଡି ନେତାଙ୍କୁ ଟାର୍ଗେଟ୍ କରି ବର୍ଷିଲେ ବିଧାୟକ ରାଜା ସ୍ବାଇଁ । ସେ କହିଛନ୍ତି ଓବିସି ପ୍ରସଙ୍ଗ ନିର୍ବାଚନ ପୂର୍ବରୁ ଆମେ ଉଠାଇଥିଲେ ଆଜି ରାଜ୍ୟ ରାଜନୀତିର ଚିତ୍ର କିଛି ଭିନ୍ନ ରହିଥାନ୍ତା । ଯେତେବେଳେ ସମଗ୍ର ଭାରତ ବର୍ଷରେ ସାମାଜିକ ନ୍ୟାୟର ଲଢେଇ ଚାଲିଥିଲା ସେତେବେଳେ ଆମେ ଟିକେ ଦ୍ଵନ୍ଦ୍ବ ଭିତରେ ରହି ଯାଇଥିଲୁ । ନିର୍ବାଚନ ପୂର୍ବରୁ ପ୍ରସଙ୍ଗ ଉଠାଇଥିଲେ ଚିତ୍ର କିଛି ଭିନ୍ନ ହୋଇଥାନ୍ତା । ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବା ନ ଯାଏ ଏହି ଆନ୍ଦୋଳନ ଜାରି ରହିବ ବୋଲି ବିଜେଡ଼ି ନେତା ରାଜା ସ୍ୱାଇଁ କହିଛନ୍ତି । ଏହା ସହିତ ଡାକ୍ତରୀ ଶିକ୍ଷା ଏବଂ ବୈଷୟିକ ଶିକ୍ଷାରେ ମଧ୍ୟ ସଂରକ୍ଷଣ ଲାଗୁ କରିବାକୁ ବିଜେଡ଼ି ଦାବି କରିଛି । ସମାବେଶରେ ହଜାର ହଜାର ସଂଖ୍ୟାରେ ବିଜେଡ଼ି କର୍ମୀ ଯୋଗ ଦେଇଛନ୍ତି । ମୁଁ ବବିକୁ କହିଥିଲି ଏହାର ମେଥୋଡୋଲୋଜି ଭୁଲ୍ ଅଛି ବୋଲି ।କହିଥିଲି ବାବା ଓବିସି କମିଶନ ଆମେ କରିଛନ୍ତି କିନ୍ତୁ ମେଥୋଡୋଲୋଜି ଭୁଲ୍ ଅଛି । ହିସାବ କିତାବ ଠିକ୍ ଥିଲା । କିନ୍ତୁ ଅଙ୍କ ଭୁଲ ଥିଲା । ଆମ ପାଖରେ ଏବେ ଚ୍ୟାଲେଞ୍ଜ କୁଆଡ଼େ ଯିବା ହଲର ବଲର ହେବାର ନାହିଁ । ଆଜି ନିଅଁ ପଡ଼ିଲା ଯେଉଁମାନେ ଦଳ ଭିତରେ ରହି ଏସ୍ସି ଏସ୍ଟି ଓବିସି କଥାକୁ ହୀନମନ୍ୟ କରୁଥିଲେ ତାଙ୍କୁ ମୁଁ କହି ଦେଉଛି ଏବେ ଏହା ବିଜୁ ଜନତା ଦଳ କରିବ । ବିଜୁ ବାବୁଙ୍କର ଏସ୍ଟି ଏସ୍ସି ଓବିସିଙ୍କ ଭିତରେ ଗୋଟେ ଚାହିଦା ଥିଲା । ସେ ଚାହିଦାକୁ ଯେଉଁମାନେ ଅଗଲ ବଗଲ ଆଜିର ବିକ୍ଷୋଭରେ ଦଳର ବହୁ ବରିଷ୍ଠ ନେତା ବିଧାୟକ ଅରୁଣ ସାହୁ, ଦେବୀ ପ୍ରସାଦ ମିଶ୍ର, ଗଣେଶ୍ୱର ବେହେରା, ସଞ୍ଜୟ ଦାସ ବର୍ମା, ପ୍ରମିଳା ମଲ୍ଲିକ, ସ୍ନେହାଙ୍ଗୀନୀ ଛୁରିଆ ଏବଂ ଅତନୁ ସବ୍ୟସାଚୀ ପ୍ରମୁଖ ଯୋଗ ଦେଇଛନ୍ତି । Post navigation ଚଳତବର୍ଷ ଦଶହରା ପୂର୍ବରୁ ସରିବ କଲେଜ ନିର୍ବାଚନ ! ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ