ବାତ୍ୟାର ସମୀକ୍ଷା ପାଇଁ କେନ୍ଦ୍ରାପଡା ଦାୟିତ୍ଵରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବାତ୍ୟା ପରେ ପ୍ରାଶାସନିକ ସ୍ତରରେ କରିଥିବା ସମୀକ୍ଷା ବୈଠକ କରିଥିଲେ ।କେନ୍ଦ୍ରାପଡ଼ାରେ ବାତ୍ୟା ପରେ ବସିଥିବା ସମୀକ୍ଷା ବୈଠକରେ ବିଜେଡି ବିଧାୟକ ମାନଙ୍କୁ ବାଦ୍ ଦିଆଯାଇଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ାରେ ଉପମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକ କରିଥିବା ବେଳେ କେନ୍ଦ୍ରାପଡ଼ା ବିଜେପି ଜିଲ୍ଲା ସଭାପତିଙ୍କୁ ଡାକିଲେ କିନ୍ତୁ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ବର ବେହେରାଙ୍କୁ ଡାକିନାହିଁ ଜିଲ୍ଲା ପ୍ରଶାସନ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଧାୟକ ବିଧାୟକ ଗଣେଶ୍ବର ବେହେରା। ଗଣେଶ୍ବର, ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ଏପରି କାର୍ଯ୍ୟକୁ ଦୃଢ଼ ସମାଲୋଚନା କରିବା ସହ କହିଛନ୍ତି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାର ନାର ତଥା ଜିଲ୍ଲା ପ୍ରଶାସନ ଦଳ ଦଳୀୟ ବିଚାରରୁ ଊର୍ଦ୍ଧ୍ବରେ ରୁହନ୍ତୁ । ରାଜ୍ୟସରକାର ମାନେ ନୁହେଁ କି ନିର୍ଦ୍ଦିଷ୍ଟ ଦଳର ସରକାର ଏହା ରାଜ୍ୟବାସୀଙ୍କ ସରକାର ।

ସେ ଆଉ ମଧ୍ୟ କହିଛନ୍ତି ବାତ୍ୟା କେବଳ ବିଜେପି ଦଳର ନୁହଁ । କୌଣସି ବି ପ୍ରାକୃତିକ ବିପର୍ଯ୍ୟୟ  ସମୟରେ ସମସ୍ତଙ୍କୁ ସାମିଲ୍ କରିଯିବା ଉଚିତ୍ । ଏକ ତରଫା ଭାବେ ଦଳୀୟ ନେତାଙ୍କୁ ନେଇବୈଠକରେ ସରକାରୀ ରିଭ୍ୟୁ କରିବା ଗ୍ରହଣୀୟ ନୁହେଁ । ସରକାର ପକ୍ଷପାତିତାଠାରୁ ଦୂରରେ ରୁହନ୍ତୁ । ଯଦି ସରକାର ଏହାର ସଂଶୋଧନ ନ କରନ୍ତି ତେବେ ରାଜରାସ୍ତାରେ ପ୍ରତିବାଦ କରାଯିବ  ।

ଏହା ସହ ସେ ଅଭିଯୋଗ କରିଛନ୍ତି ଯେ, ସମୀକ୍ଷା ବୈଠକରେ  ଜିଲ୍ଲାର ବିଜେଡି ବିଧାୟକ ମାନଙ୍କୁ ଅଣଦେଖା କରାଯାଇଛି । କେବଳ ସେତିକି ନୁହେଁ ବାତ୍ୟା ପରବର୍ତ୍ତୀ ସମୟରେ ରିଲିଫ ଯୋଗାଣରେ ମଧ୍ଯ ବ୍ୟାପକ ଅନିୟମିତତା ପରିଲକ୍ଷିତ ହୋଇଛି । ଲୋକମାନକୁ ଚୁଡ଼ା, ଗୁଡ଼, କିରୋସିନ ଇତ୍ୟାଦି ପର୍ଯ୍ୟାପ୍ତ ପରିମାଣରେ ଦିଆଯାଉ ନାହିଁ । ସେହିପରି ବାତ୍ୟା ପ୍ରଭାବିତ ଅଞ୍ଚଳରେ ଆଦୌ ଗୋଖାଦ୍ୟ ଦିଆଯାଉନଥିବା ଅଭିଯୋଗ କରିଛନ୍ତି ବିଧାୟକ ଗଣେଶ୍ଵର ବେହେରା ।

ସୂଚନଯୋଗ୍ୟ; ବାତ୍ୟା ପାଇଁ କେନ୍ଦ୍ରାପଡ଼ା ଦାୟିତ୍ୱରେ ଥ‌ିବା ଉପମୁଖ୍ୟମନ୍ତ୍ରୀ ଗତ ୨୩ ତାରିଖରେ ଜିଲ୍ଲାପାଳଙ୍କ କନଫରେନ୍ସ ହଲରେ ବୈଠକ ଡାକିଥିଲେ । ବୈଠକର କିଛି ସମୟ ପୂର୍ବରୁ ବିଭିନ୍ନ ଅଞ୍ଚଳ ପରିଦର୍ଶନ ପାଇଁ ବୈଠକକୁ ବାତିଲ୍ କରାଯାଇଥିଲା । ଗତ ଗତକାଲି ଉପମୁଖମନ୍ତ୍ରୀ ପୁଣି ଥରେ ବାତ୍ୟା ସମୀକ୍ଷା ବୈଠକ ଡାକିଥିଲେ । ଯେଉଁଥିରେ ସରକାରଙ୍କ ତରଫରୁ କେନ୍ଦ୍ରାପଡ଼ା ଦାୟିତ୍ବରେ ଥିବା ଆଇପିଏଓ ସମର୍ଥ ବର୍ମା, ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, କେନ୍ଦ୍ରାପଡ଼ା ଏସପି ଏବଂ ଜିଲ୍ଲାସ୍ତରୀୟ ଅଫିସର ସାମିଲ୍ ହୋଇଥିଲେ । ଜିଲ୍ଲା ସ୍ତରୀୟ ଅଫିସରଙ୍କ ସହିତ ବିଜେପି ଦଳର କର୍ମକର୍ତ୍ତା ଓ ମହାକାଳପଡ଼ାର ଜଣେ ବିଜେପି ବିଧାୟକ ମଧ୍ୟ ରହିଥୂଲେ । କିନ୍ତୁ ବୈଠକକୁ ଗଣେଶ୍ବରଙ୍କୁ ଡାକାଯାଇନଥିଲ । ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *