ୱକଫ୍ ବିଲ୍ ସପକ୍ଷରେ ସସ୍ମିତ ପାତ୍ରଙ୍କ ସମର୍ଥନ ପରେ ଏବେ ବିଜେଡିରେ ଦେଖିବାକୁ ମିଳିଛି ବିବାଦ । ଦଳର ଭିତରେ ଥିବା ନେତାଙ୍କ ମଧ୍ୟରେ ମତ ମତାନ୍ତର ଆରମ୍ଭ ହୋଇଯାଇଛି । ଦଳର ସ୍ଥିତି ପାଇଁ ବାରମ୍ୱାର ବସୁଛି ବୈଠକ । ଗତକାଲି ନବୀନ ନିବାସରେ ବିଜେଡି ସୁପ୍ରିମଙ୍କସହ ଆଲୋଚନା ହୋଇଥିବା ବେଳେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ବାସଭବନରେ ବହୁ ଯୁବ ନେତା ମେଳି ବାନ୍ଧି ଥିଲେ । ସେହିପରି ଆଜି ‎ଏହି ସମାଲୋଚନାକୁ ଖୋରାକ ଯୋଗାଇଛି ଆଉ ଏକ ବୈଠକ । ବିଜେଡ଼ିର ବହୁ ନେତା ଭୁବନେଶ୍ୱର ଏକ ହୋଟେଲରେ ମେଳି ହୋଇଥିବା ଦେଖିବାକୁ ମିଳିଛି ।

ପଟିଆର କ୍ରିଷ୍ଟାଲ୍ କ୍ରାଉନ ହୋଟେଲରେ ବିଜେଡ଼ି ବରିଷ୍ଠ ନେତାମାନେ ଉପସ୍ଥିତି ରହିଛନ୍ତି। ଶଶିଭୂଷଣ ବେହେରା, ଅଶୋକ ପଣ୍ଡା, ଚନ୍ଦ୍ର ସାରଥୀ ବେହେରା, ଅନଙ୍ଗ ଉଦୟ ସିଂଦେଓ, ନୃସିଂହ ସାହୁ, ପ୍ରସନ୍ନ ଆଚାର୍ଯ୍ୟ, ଭୂପିନ୍ଦର ସିଂହ, ରୁଦ୍ର ମହାରଥୀ, ସରସ୍ୱତୀ ହେମ୍ବ୍ରମ୍ ଏବଂ ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିବାର ଜଣାପଡିଛି ।

Leave a Reply

Your email address will not be published. Required fields are marked *