Oplus_131072

ନୂଆବର୍ଷ ପୂର୍ବରୁ ମେଳି ବାନ୍ଧିଲେ ବିଜେଡିର ପରାଜିତ ଓ ଅସନ୍ତୁଷ୍ଟ ନେତା । ବନ୍ଧୁ ମିଳନ କାର୍ଯ୍ୟକ୍ରମ ନାଁରେ ଭୁବନେଶ୍ବର ଉପକଣ୍ଠରେ ଏକାଠି ହୋଇଛନ୍ତି ବହୁ ବିଜେଡି ନେତା । ଆଜି ଚନ୍ଦକାରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ସମାବେଶ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବିଜୁ ଜନତା ଦଳ (ବିଜେଡି)ର ୪୦ ରୁ ୫୦ ଜଣ ନେତା ଏକତ୍ରିତ ହୋଇଥିଲେ। ଏହି ଭୋଜିରେ ବରିଷ୍ଠ ଏବଂ ଉଦୀୟମାନ ଦଳର ନେତାମାନଙ୍କ ମଧ୍ୟରେ ସମନ୍ୱୟ ଏବଂ ରଣନୈତିକ ଯୋଜନା ଉପରେ ଆଲୋକପାତ କରାଯାଇଛି, ଯାହା ଏହି ଅଞ୍ଚଳରେ ଦଳର ଉପସ୍ଥିତିକୁ ସୁଦୃଢ଼ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରୁଛି।

ଭୋଜିରେ ଦେବାଶିଷ ସାମନ୍ତରାୟ, ପ୍ରୀତିରଞ୍ଜନ ଘଡ଼େଇ, ରାଜେନ୍ଦ୍ର ସାହୁ, ଚନ୍ଦ୍ରସାରଥୀ ବେହେରା, ସମ୍ବିତ ରାଉତରାୟ, ଲତିକା ପ୍ରଧାନ, ପ୍ରଭୁ ଜାନୀ, ସଞ୍ଜୟ ଦାସବର୍ମା ଓ ମହିଧର ରଣା ପ୍ରମୁଖ ଉପସ୍ଥିତ ରହିଛନ୍ତି ।

ଏହି ସମୟରେ ଯୁବ ନେତୃତ୍ବଙ୍କୁ ନେଇ ନୂଆ ସମୀକରଣ ଆରମ୍ଭ ହେବ ବୋଲି କହିଛନ୍ତି ପ୍ରଭୁ ଜାନୀ । ଆଲୋଚନା ଦ୍ବାରା ସଂଗଠନ ଆହୁରି ସୁଦୃଢ଼ ହେବ କହିଲେ ମହିଧର ରଣା । ଏହା ସହ ରାଜେନ୍ଦ୍ର ସାହୁ କହିଛନ୍ତି କୌଣସି ନକରାତ୍ମକ ଚର୍ଚ୍ଚା ନ କରିବାକୁ ଆଲୋଚନା ନ କରିବାକୁ କହିଥିଲୁ । ମିଳନ ପାଇଁ ଏକାଠି ହୋଇଛୁ, ଏହା କୌଣସି ନକରାତ୍ମକ କଥା ନୁହେଁ । ଲପୂର୍ବରୁ ବି ୮/୧୦ ଥର ଭୋଜି କରିଛୁ, ଏଥର ବି ନୂଆବର୍ଷ ପୂର୍ବରୁ ଭୋଜି କଲୁ ।

ସେହିପରି ସମ୍ବିତ ରାଉତରାୟ କହିଛନ୍ତି ରାଜନୀତି ଆଲୋଚନା ହୋଇନାହିଁ । ସାହୁକାର ଠିଆ ହେଲେ ବେପାର କଥା ଆଲୋଚନା ହେବ, ସେହିପରି ରାଜନେତା ଏକାଠି ହେଲେ ରାଜନୀତି କଥା ଆଲୋଚନା ହେବ, ଏଥିରେ ବ୍ୟତିକ୍ରମ ନାହିଁ । କିନ୍ତୁ ଏଥିରେ କୌଣସି ରାଜନୈତିକ ଆଲୋଚନା ହୋଇ ନାହିଁ । ନେତୃତ୍ୱ ବିଷୟରେ କୌଣସି ଆଲୋଚନା ହୋଇ ନାହିଁ ବୋଲି । ସେହିପରି ନୂଆ ଦଳ ଗଠନ ପ୍ରଶ୍ନ ସମ୍ବିତ କହିଥିଲେ ଯିଏ କରିବା କଥା କରନ୍ତୁ, ଆମର ନବୀନ ବାବୁ ଅଛନ୍ତି ।

Leave a Reply

Your email address will not be published. Required fields are marked *