ଭଦ୍ରକରେ ବିଜେଡିକୁ ଶକ୍ତ ଝଟ୍କା । ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ଓ ଭଉଣୀ ଆଜି ବିଜେପିରେ ମିଶିଛନ୍ତି । ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସାମଲଙ୍କ ଦୁଇ ପୁଅ ପ୍ରୟାସକାନ୍ତି ସାମଲ, ପ୍ରଣିତକାନ୍ତି ସାମଲ ଏବଂ ଭଉଣୀ ଉର୍ମିଳା ନାୟକ ଆଜି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି । ଉର୍ମିଳା ନାୟକ ବର୍ତ୍ତମାନ ଭଦ୍ରକ ବ୍ଲକ ଅଧ୍ୟକ୍ଷା ଅଛନ୍ତି ଓ ପ୍ରଣିତକାନ୍ତି ସାମଲ ବର୍ତ୍ତମାନ ଭଣ୍ଡାରୀପୋଖରୀ ବ୍ଲକ ଉପାଧ୍ୟକ୍ଷ ଅଛନ୍ତି । ସେମାନଙ୍କ ସମେତ ୩୦ ସରପଞ୍ଚ ଓ ୩୫ ସମିତି ସଭ୍ୟ ମଧ୍ୟ ଭାରତୀୟ ଜନତା ପାର୍ଟିରେ ଆଜି ଯୋଗ ଦେଇଛନ୍ତି । କହିରଖୁଛୁ ଯେ, ପୂର୍ବରୁ ଗତ ମେ ମାସରେ ପ୍ରଫୁଲ୍ଲ ସାମଲଙ୍କ ପୁଅ, ଭଦ୍ରକ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ପ୍ରୟାସକାନ୍ତି ସାମଲ ବିଜେଡି ଛାଡ଼ିଥିଲେ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ସେ ନିଜେ ଘୋଷଣା କରିଥିଲେ । Post navigation Teacher Eligibility Test: ଜାନୁଆରୀ ୨୦ରେ ହେବ OSSTET ପରୀକ୍ଷା