bjd is in fear of lossing election in nuapada-bjp
ନୂଆପଡ଼ା ଉପନିର୍ବାଚନରେ ବିଜେପି ଇତିହାସ ରଚିବାକୁ ଯାଉଛି । ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ଯେତେ ଉପନିର୍ବାଚନ ହୋଇଛି ତା’ଠାରୁ ଅଧିକ ଭୋଟ ବ୍ୟବଧାନରେ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜେପି ବିଜୟୀ ହେବାକୁ ଯାଉଛି । ବିଜେଡି ବୋଧହୁଏ ଏକଥା ଅନୁଭବ କରିସାରିଲାଣି । ଆସନ୍ନ ପରାଜୟର ହତାଶ ହୋଇ ତାଙ୍କ ଦଳର ନେତାମାନେ ବିଭିନ୍ନ ପ୍ରକାର ବାହାନା ଖୋଜିବା ସହ ପ୍ରଳାପ ଆରମ୍ଭ କଲେଣି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।
 
ତ୍ରିପାଠୀ କହିଛନ୍ତି ଯେ, ଏହି ଉପନିର୍ବାଚନରେ ତାଙ୍କ ଦଳର ମୁଖିଆ ନବୀନ ପଟ୍ଟନାୟକ ପ୍ରଚାର କରିବେ ନାହିଁ ବୋଲି ପ୍ରଥମେ ଚର୍ଚ୍ଚା ହୋଇଥିଲା । ପରେ ଅବସ୍ଥା ଏପରି ହୋଇଥିଲା ଯେ, ନବୀନବାବୁ ଦୁଇ ଦୁଇ ଥର ନିର୍ବାଚନୀ ପ୍ରଚାରରେ ଯାଇଥିଲେ । ଆଉ ଯେଉଁ ପ୍ରକାର ଅପଶବ୍ଦ ଓ ଭାଷା ପ୍ରୟୋଗ କଲେ ତାହା ରାଜନୀତିରେ ଆଦୌ ଗ୍ରହଣୀୟ ନୁହେଁ ।
 
ପରବର୍ତୀ ସମୟରେ ତାଙ୍କ ଦଳର ଜଣେ ବରିଷ୍ଠ ନେତ୍ରୀ ବିଜେପି ଉପରେ ମିଥ୍ୟା ଆରୋପ ଲଗାଇବାକୁ ଯାଇ ଗଣମାଧ୍ୟମ ସମ୍ମୁଖରେ କହିଲେ ଯେ, ଗଞ୍ଜାମରୁ କୁଆଡ଼େ ଗୋଟିଏ ଟ୍ରକ୍ ଇଭିଏମ୍ ନୂଆପଡ଼ା ଆସିଛି । ପରେ ତାଙ୍କ ଦଳର ଜଣେ ବରିଷ୍ଠ ନେତା ଏଡିଟ୍ ହୋଇଥିବା ଏକ ଫଟୋକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଭୋଟ ଏପଟସେପଟ ହୋଇଥିବା ଆରୋପ ଲଗାଇ ନୂଆପଡ଼ାବାସୀଙ୍କୁ ଭ୍ରମିତ କଲେ । ଗଣତନ୍ତ୍ରକୁ ସମ୍ମାନ ଦେଇ ନୂଆପଡ଼ାବାସୀ ଚଳିତ ନିର୍ବାଚନରେ ଯେଉଁ ପ୍ରକାର ଭୋଟିଂ କରିଛନ୍ତି, ସେହି ଭୋଟ ପ୍ରତିଶତ ଉପରେ ଏବେ ପ୍ରଶ୍ନ ଉଠାଇବା ଆରମ୍ଭ କରିିଛି ବିଜେଡି । ଏଭଳି ଆରୋପ ଗଣତନ୍ତ୍ର ଓ ନୂଆପଡ଼ାବାସୀଙ୍କୁ ଅପମାନିତ କରିଛି ।
 
ଏହି ଉପନିର୍ବାଚନରେ ବିଜେପି ଏକା ଲଢ଼େଇ କରୁ ନ ଥିଲା । ୧୪ ଜଣ ପ୍ରାର୍ଥୀ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ନିଜକୁ ଶୃଙ୍ଖଳିତ ତଥା ବଡ ଦଳ ବୋଲି କହୁଥିବା ବିଜେଡିର ଏଜେଂଟ ପୋଲିଂ ବୁଥ୍‌ରେ ଥିଲେ ନା ନାହିଁ? ଯଦି ଥିଲେ ମତଦାନ ଚାଲିଥିବା ସମୟରେ କାହିଁକି ଅଭିଯୋଗ କରି ନ ଥିଲେ? ନିର୍ବାଚନ ସରିବା ପର୍ଯ୍ୟନ୍ତ ସବୁ କିଛି ଶୃଙ୍ଖଳିତ ଥିବାବେଳେ ଏବେ ମତଦାନର ଦୁଇଦିନ ପରେ ଭୁବନେଶ୍ୱରରେ ବସିଥିବା ବିଜେଡିର କେତେଜଣ ତଥାକଥିତ ନେତା ଏବେ ଏଭଳି ମିଥ୍ୟା ଆରୋପ ଲଗାଇବା ଆରମ୍ଭ କରିଛନ୍ତି । ନିର୍ବାଚନ ସମୟରେ ସେଠାରେ ଅନେକ ଗଣମଧ୍ୟାମର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ । କେହି ବି ଭୋଟ ଏପଟସେପଟ ହୋଇଥିବା କହି ନ ଥିବାବେଳେ ଫଳାଫଳ ବାହାରିବାର ଗୋଟିଏ ଦିନ ପୂର୍ବରୁ ଏଭଳି ଆରୋପ ଲଗାଇବା ସମ୍ପୂର୍ଣ୍ଣ କପଳୋକଳ୍ପିତ ଓ ଭିତିହୀନ । ଏହା ବିଜେଡିର ହତାଶାଭାବକୁ ପରିପ୍ରକାଶ କରିଛି ।
 
ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତି ନୂଆପଡାବାସୀଙ୍କ ଅଗାଢ ଭଲପାଇବାକୁ ବିଜେଡି ସହ୍ୟ କରି ପାରୁନାହିଁ, ଯାହା ତାଙ୍କ ବକ୍ତବ୍ୟରୁ ସ୍ପଷ୍ଟ ବାରୀ ହୋଇପଡୁଛି । ବିଜେଡିର ଦଳୀୟ କର୍ମୀଙ୍କ ମଧ୍ୟରେ ଏହି ହତାଶ ଭାବକୁ ଲୁଚାଇବା ପାଇଁ ବିଜେଡି ଏଭଳି ମିଛ ବୟାନବାଜୀ କରୁଛି, ଯାହା ଗଣତନ୍ତ୍ର ପାଇଁ ଆଦୌ ଶୋଭନୀୟ ନୁହେଁ ବୋଲି ତ୍ରିପାଠୀ କହିଛନ୍ତି ।
 
ଭାରତୀୟ ଜନତା ପାର୍ଟି ଅବାଧ ଓ ନିରପେକ୍ଷ ନିର୍ବାଚନରେ ବିଶ୍ୱାସ କରେ । ନିର୍ବାଚନରେ କୌଣସି ପ୍ରକାର ଅନିୟମିତତାକୁ ଭାରତୀୟ ଜନତା ପାର୍ଟି ନା ପୂର୍ବରୁ କେବେ ପ୍ରଶୟ ଦେଇଥିଲା ନା ଏବେ ଦେବ । ବିଜେଡି କେଉଁ କାରଣ ପାଇଁ ଲୋକଙ୍କ ପାଖରୁ ଦୂରେଇ ଗଲା ତାର ଆତ୍ମ ସମୀକ୍ଷା ନ କରି ଏ ପ୍ରକାର ବିତଣ୍ଡା ଯୁକ୍ତି କରି କୌଣସି ଲାଭ ପାଇବ ନାହିଁ । ବିଜେଡି ପୂର୍ବରୁ ଓଡ଼ିଶାବାସୀଙ୍କ ଦ୍ୱାରା ପ୍ରତ୍ୟାଖିତ ହୋଇସାରିଥିବାବେଳେ ଏବ ନୂଆପଡ଼ାବସୀଙ୍କଠାରୁ ହେବେ । ବିଜୁ ଜନତା ଦଳ ଓଡ଼ିଶା ରାଜନୀତିର ଏକ ଅସ୍ତଗାମୀ ରାଜନୈତିକ ଦଳ, ତେଣୁ ଏହି ପ୍ରକାର କଥାବାର୍ତା କରିବା ଆରମ୍ଭ କରିଛି ବୋଲି ତ୍ରିପାଠୀ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *