ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡକରା । ଅପରାହ୍ନରେ ରାଜ୍ୟସଭା ପ୍ରାର୍ଥୀକୁ ନେଇ ଆଜି ବିଜେଡିର ବଡ଼ ବୈଠକ। । ଅପରାହ୍ନ ୫ଟାରେ ନବୀନଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ଏହି ବୈଠକରେ ରାଜ୍ୟସଭା ନିର୍ବାଚନକୁ ନେଇ ହେବ ମାନସମନ୍ଥନ ।

ଅନ୍ୟପକ୍ଷରେ ଗତକାଲି ମଧ୍ୟ ନବୀନ ନିବାସରେ ବିଜେଡ଼ିର ପିଏସି ବୈଠକ ବୈଠକ ବସିଥିଲା । ସେଥିରେ ରାଜ୍ୟସଭା ପ୍ରାର୍ଥୀ ପାଇଁ ଆଲୋଚନା ହୋଇଥିବା କୁହାଯାଇଥିଲା । ବିଜେଡ଼ି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ରାଜ୍ୟସଭା ପ୍ରାର୍ଥୀ ପାଇଁ ୬ ସେଟ୍ ଫର୍ମ କିଣିଥିଲେ । ଆଜିର ବୈଠକରେ ସାମିଲ ହେବାକୁ ଥିବା ନେତାମାନେ ଉକ୍ତ ଫର୍ମରେ ଆଗୁଆ ଦସ୍ତଖତ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୂଚନା ଯୋଗ୍ୟ; ଏପ୍ରିଲରେ ରାଜ୍ୟସଭାର ଓଡ଼ିଶାର ୪ଟି ଆସନ ଖାଲି ହେଉଛି । ବିଜେଡ଼ିର ଦୁଇ ସାଂସଦ ମୁନ୍ନା ଖାଁ ଓ ନିରଞ୍ଜନ ବିଶି ଏବଂ ବିଜେପିର ଦୁଇ ସାଂସଦ ସୁଜିତ କୁମାର ଓ ମମତା ମହାନ୍ତଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ରାଜ୍ୟସଭାରେ ୧୦ଟି ରାଜ୍ୟର ଖାଲି ହେବାକୁ ଥିବା ୩୭ ଆସନ ପାଇଁ ନିର୍ବାଚନ ହେବ । ଆସନ୍ତା ମାର୍ଚ୍ଚ ୫ ତାରିଖ ନାମାଙ୍କନ ଦାଖଲ ଜାରି ରହିବ । ମାର୍ଚ୍ଚ ୬ ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ମାର୍ଚ୍ଚ ୯ରେ ଅନିଚ୍ଛୁକ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ଏହା ପରେ ୧୬ ମାର୍ଚ୍ଚରେ ନିର୍ବାଚନ ଅନୁଷ୍ଠିତ ହେବେ । ସେହିଦିନ ସନ୍ଧ୍ୟା ୫ଟାରେ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ । ମାର୍ଚ୍ଚ ୨୦ରେ ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ ।

Leave a Reply

Your email address will not be published. Required fields are marked *