ଉପନିର୍ବାଚନ ପାଇଁ ନୂଆପଡ଼ା ଚଳଚଞ୍ଚଳ । ନୂଆପଡା ଉପନିର୍ବାଚନକୁ ନେଇ ସରଗରମ ରାଜନୈତିକ ମାହୋଲ।  ଏହାରି ମଧ୍ୟରେ ଆଜି ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ନୂଆପଡ଼ାରେ ନିର୍ବାଚନ ଉପଲକ୍ଷେ ଏକ ବିଶାଳ ରାଲି କରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ  ସହଯୋଗ କରିବା ପାଇଁ ନୂଆପଡାରେ ଏକାଠି ହୋଇଛନ୍ତି ବିଜେଡି ନେତା ଓ ସମର୍ଥକ ।

ଅକ୍ଟୋବର ୧୩ରେ ନୂଆପଡ଼ା ବିଧାନସଭା ଲାଗି ଉପନିର୍ବାଚନ ହେବାକୁ ଯାଉଛି । ଏହାପୂର୍ବରୁ ଗତକାଲି ନିଜ ନିଜର ସମର୍ଥକମାନଙ୍କ ସହ ଯାଇ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ନାମାଙ୍କନ ଭରିଥିବା ବେଳେ ଗତକାଲି ଓ ଆଜି ନୂଆପଡ଼ାରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେଡି।  ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନି ଛୁରିଆ ନାମାଙ୍କନ ଦାଖଲ କରିନାହାନ୍ତି । ଏହିକ୍ରମରେ ରବିବାର ଦିନ ବିଜେଡି ତରଫରୁ ବିଶାଳ ରାଲିର ଆୟୋଜନ କରାଯାଇଛି ।

ସୂଚନା ଯୋଗ୍ୟ ଗତକାଲି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନୂଆପଡାରେ ପହଞ୍ଚିବା ପରେ ନୂଆପଡା ବିଜେଡି ଦଳୀୟ ନେତା ଓ କର୍ମୀ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ନୂଆପଡା ସଦର ଅଂଚଳରୁ ବିଜେଡି ପ୍ରାର୍ଥୀଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ଖରିଆର ରୋଡ ବିଜେଡି କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ। ଶୋଭାଯାତ୍ରାରେ ନୂଆପଡାର ଶତାଧିକ ସଂଖ୍ୟାରେ ବିଜେଡି ନେତା ଓ କର୍ମୀ ସାମିଲ ହୋଇଥିଲେ। ଏବଂ ଆଜି ମଧ୍ୟ ଶତାଧିକ ସଂଖ୍ୟାରେ ବିଜେଡି ନେତା ଓ କର୍ମୀ ସାମିଲ ହୋଇଛନ୍ତି ବିଜେଡି ରାଲି ରେ ।

Leave a Reply

Your email address will not be published. Required fields are marked *