ଏଫଏମ୍ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ନ୍ୟାୟିକ ତଦନ୍ତ ଦାବିରେ ଭୁବନେଶ୍ୱରର ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଛି ବିଜେଡି । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ଲୋୟର ପିଏମଜିରେ ବିଜେଡିର ବରିଷ୍ଠ ନେତାଙ୍କ ଶହଶହ ବିଜେଡିର ଯୁବ-ଛାତ୍ର ଓ ମହିଳା କର୍ମୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ହଜାର ହଜାର ବିଜେଡି କର୍ମୀ ଲୋକସେବା ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଲୋକସେବା ଭବନ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ପୁଲିସ ଓ ସୁରକ୍ଷାକର୍ମୀ ସେମାନଙ୍କ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ବିଜେଡି କର୍ମୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ବିଜେଡି କର୍ମୀ ପ୍ରଥମ ବାରିକେଡ୍ ଭାଙ୍ଗିବା ପରେ ପାଣିମାଡ଼ ପରେ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି ପୋଲିସ । ଆନ୍ଦୋଳନ ବେଳେ ବିଜେଡିର ଶତାଧିକ କର୍ମୀଙ୍କୁ କମିଶନରେଟ୍ ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି । Post navigation ଆଜି ବିଜେଡିର ବାଲେଶ୍ୱର ବନ୍ଦ ଡାକରା ବିଜେଡିର ଲୋକସେବା ଭବନ ଘେରାଉ ବେଳେ ବବି, ସୁଲତା, ଡାନି ଆହତ