ଭୁବନେଶ୍ବର ରସୁଲଗଡ଼ରେ ସହଦେବ ନାୟକ ହତ୍ୟା ମାମଲାକୁ ନେଇ ଆଜି ସାମ୍ୱାଦିକ ସମ୍ମିଳନୀ କରିଛନ୍ତି ବିଜେଡି । ପ୍ରେସମିଟରେ ବିଜେଡ଼ି କହିଛି ରାଜଧାନୀରେ ଯେତେବେଳେ ପ୍ରବାସୀ ଭାରତୀୟ ଦିବସ ପାଳନ ହେଉଥିବା ବେଳେ ଏହିପରି ଜଘନ୍ୟ ହତ୍ୟା ଘଟଣା ଘଟିଛି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ପୋଲିସ ମିତ୍ର ଓ ସଫେଇ କର୍ମଚାରୀ ସଙ୍ଘର ସଭାପତି । ଅପରାଧ ମାମଲାରେ ବିହାରକୁ ବଳିଗଲାଣି ଓଡ଼ିଶା । ପୋଲିସ ମିତ୍ର ଥିଲେ ମୃତ ସହଦେବ ନାୟକ । ନିଶା ବେପାର ନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ସୁରକ୍ଷା ନମିଳିବାରୁ ହତ୍ୟାକାଣ୍ଡ ହୋଇଛି। ଏଭଳି ଆଇନ ଶୃଙ୍ଖଳା ସ୍ଥିତିରେ ଆମେ ପ୍ରବାସୀ ଭାରତୀୟ ମାନଙ୍କୁ କିପରି ସୁରକ୍ଷା ପ୍ରଦାନ କରିବା, ସେ ନେଇ ସନ୍ଦେହ ରହିଛି । ଏହା ସହ ମୃତ ସହଦେବ ନାୟକଙ୍କ ପରିବାରକୁ ଏକ କୋଟି ଟଙ୍କା କ୍ଷତିପୁରଣ ଦେବାକୁ ବିଜେଡିର ଦାବି କରିଛି ଅନ୍ୟପଟେ ଗତକାଲି ହତ୍ୟାକାଣ୍ଡ ମାମଲାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । କମିସନରେଟ୍ ପୋଲିସର ସ୍ଵତନ୍ତ୍ର ଟିମ୍ ତିନି ମୁଖ୍ୟ ଅଭିଯୁକ୍ତଙ୍କୁ ନୟାଗଡ଼ ଜିଲ୍ଲା ଶରଣକୂଳରୁ ଗତକାଲି ସନ୍ଧ୍ୟାରେ ଗିରଫ କରିଛି । Post navigation ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁର୍ଷ୍କମ ଉଦ୍ୟମ ପରେ ଛୁରାମାଡ଼ ଛତିଶଗଡ଼ରେ ମାଓବାଦୀଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ; ୩ ନିହତ