କୋରାପୁଟ ଜିଲ୍ଲା ଲମତାପୁଟର ଗୁନେଇପଦା ଏସ୍ ଟି-ଏସ୍ ସି ବାଳିକା ଛାତ୍ରାବାସରେ ଜଣେ ନାବାଳିକା ଦୁଷ୍କର୍ମର ଶୀକାର ହୋଇଥିବା ପ୍ରସଙ୍ଗରେ ଆଜି ବିଜେଡିର ଏକ ମହିଳା ପ୍ରତିନିଧି ଦଳ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଅଧ୍ୟକ୍ଷାଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଆଜି ବିଜୁ ଜନତା ଦଳ ପକ୍ଷରୁ ଏକ ଉଚ୍ଚସ୍ତରୀୟ ନେତୃମଣ୍ଡଳୀ ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜନଜାତି କମିଶନ ଅଫିସକୁ ଯାଇ ଏସ୍ଟି-ଏସ୍ସି ବାଳିକା ଛାତ୍ରୀବାସରେ ଘଟିଥିବା ନୃଶଂସ ଦୁଷ୍କର୍ମର ଶୀକାର ହୋଇଥିବା ପୀଡିତା କିଭଳି ନ୍ୟାୟ ପାଇବା ସହିତ ଦୋଷୀ ଯେଭଳି ଉପଯୁକ୍ତ ଦଣ୍ଡ ପାଇବ ସେଥିପାଇଁ ଦାବି ଉପସ୍ଥାପନ କରିଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ଟୁକୁନୀ ସାହୁ, ପୂର୍ବତନ ଲୋକସଭା ସଦସ୍ୟା ଶର୍ମିଷ୍ଠା ସେଠୀ, ରାଜଶ୍ରୀ ମଲ୍ଲିକ, ପୂର୍ବତନ ମହିଳା କମିଶନର ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର, ମିଡିଆ ସଂଯୋଜକ ଡ. ଲେନିନ୍ ମହାନ୍ତି ଓ ଡ. ପ୍ରିୟବ୍ରତ ମାଝୀ ଓ ଅନ୍ୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ । Post navigation ସବୁ ଖଣିଜ ଜିଲ୍ଲାର ମେଡିକାଲ କଲେଜ୍ରେ ହେବ ଉନ୍ନତ ଟ୍ରମା କେୟାର ବ୍ୟବସ୍ଥା: ମୁଖ୍ୟମନ୍ତ୍ରୀ ପୁରୀରେ ବିମାନ ବନ୍ଦରକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ