ଆଦିବାସୀଙ୍କ ଭାଷା, ସଂସ୍କୃତିର ସୁରକ୍ଷା ଓ ଏହାକୁ ଗୁରୁତ୍ୱ ଦେବା ପାଇଁ ଅଗଷ୍ଟ ୯ ତାରିଖରେ ବିଶ୍ୱ ଆଦିବାସୀ ଦିବସ ପାଳନ ହେଉଛି। ଏହି ଅବସରରେ ଶଙ୍ଖ ଭବନରେ ବିଜେଡି ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଇଛି। ମୁଖ୍ୟ ଅତିଥି ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଆଦିବାସୀ ବାଦ୍ୟ ଓ ନୃତ୍ୟରେ ଦୁଲୁକୁଛି ଶଙ୍ଖ ଭବନ ପରିସର। ବିଭିନ୍ନ ଆଦିବାସୀ ଜିଲ୍ଲାରୁ ଶତାଧିକ କର୍ମୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

Leave a Reply

Your email address will not be published. Required fields are marked *