BJD calls for Balasore bandh today
ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ସାରା ରାଜ୍ୟରେ ଅସନ୍ତୋଷ ଲାଗିରହିଥିବାବେଳେ ଆଜି ବିଜେଡିର ବାଲେଶ୍ୱର ବନ୍ଦ ଡାକରା ଦିଆଯାଇଛି ।
 
ସକାଳ ୬ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବାଲେଶ୍ୱର ଜିଲ୍ଲା ରହିବ ବନ୍ଦ ।  ବନ୍ଦ ଯୋଗୁ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ଏବଂ ଯାନବାହନ ଚଳାଚଳ ବନ୍ଦ ରହିଛି । ବନ୍ଦ ଡାକରାରେ ବାଲେଶ୍ୱରବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗ ରହିଛି ବୋଲି ବିଜେଡି କହିଛି ।
 
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ସାଂସଦ ପ୍ରତାପ ଷଡ଼ଙ୍ଗୀ ଇସ୍ତଫା ଦେବାକୁ ଆନ୍ଦୋଳନକାରୀ ଦାବି କରିଛନ୍ତି । ସୌମ୍ୟାଶ୍ରୀ ମୃତ୍ୟୁ ପାଇଁ ଦାୟୀ ସମସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ବନ୍ଦ କରିବ ଦଳ । ବନ୍ଦକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *