ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ନିଜ ପଦବୀ ଓ କ୍ଷମତାର ଦୁରୂପଯୋଗ କରି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାରରେ ଲିପ୍ତ ଅଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି କଂଗ୍ରେସ। ରଘୁବରଙ୍କ ବୋହୂ ପଶ୍ଚିମ ଜାମସେଦପୁର ବିଧାନସଭା ଆସନରୁ ପଦ୍ମ ଦଳରୁ ପ୍ରାର୍ଥୀ ହୋଇଛନ୍ତି। ଓଡ଼ିଶା ପ୍ରଭାରୀ ଅଜୟ କୁମାର ମଧ୍ୟ ଲଢ଼ୁଚନ୍ତି ଜାମସେଦପୁର ଆସନରୁ । ଅଜୟ କୁମାର ଏକ ଟିମ ସହ ନିର୍ବାଚନ କମିଶନଙ୍କୁ ଭେଟି କହିଛନ୍ତି ଯେ, ଓଡ଼ିଶାର ରାଜ୍ୟପାଳ ହୋଇ ସୁଦ୍ଧା ଝାଡ଼ଖଣ୍ଡ ନିର୍ବାଚନରେ ନାକ ପୂରାଉଚନ୍ତି ରଘୁବର । ବୋହୂଙ୍କ ସପକ୍ଷରେ ପଦ୍ମ ଦଳର ବୁଥ୍ କମିଟି ନେତାଙ୍କୁ ଭେଟୁଛନ୍ତି।କଂଗ୍ରେସ ଅଭିଯୋଗ କରିବା କିଛି ଭୁଲ ନୁହେଁ । ରଘୁବର ୫ ବର୍ଷ ଝାଡ଼ଖଣ୍ଡର ମୂଖ୍ୟମନ୍ତ୍ରୀ ଥିଲେ ପଦ୍ମ ଦଳରୁ ।

କିନ୍ତୁ ମଜା କଥା ଯେ, ଶଙ୍ଖ ଓ ହାତ ଭିତରେ ସମ୍ପର୍କ କେତେ ମଜଭୂତ ତାହା ବି ପ୍ରମାଣିତ ହେଇଗଲା। ଏବେ ଅଜୟ କାହିଁକି ଓଡ଼ିଶାରେ ହାତ ଦଳକୁ ବରବାଦ କରି ଦେଇଗଲେ, ବୁଝା ପଡିଯାଉଚି ।

ମାସକ ଆଗରୁ ହଠାତ ଶଙ୍ଖ ଦଳର ମୂଖପାତ୍ର ମାନେ ଅଭିଯୋଗ କଲେ ଯେ ଝାଡ଼ଖଣ୍ଡ ନିର୍ବାଚନ ପାଇଁ ରାଜ୍ୟପାଳ ରଘୂବର ଦାସ ରାଜଭବନର ଅପବ୍ୟବହାର କରୁଚନ୍ତି । ଆସାମ ମୂଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କାହିଁ କି ରଘ୍ବରଙ୍କୁ ଭେଟିବା ପାଇଁ ଗଲେ ରାଜଭବନ, ସେ ପ୍ରଶ୍ନ ମଧ୍ୟ ଶଙ୍ଖ ଦଳ ଉଠାଇଲା । ଯେଉଁ ରାଜ୍ୟରେ ଶଙ୍ଖ ଦଳର ନେଣ ନାହିଁ କି ଦେଣ ନାହିଁ, ସେ ରାଜ୍ୟ ରାଜନୀତିକୁ ନେଇ ଶଙ୍ଖ ନେତାଙ୍କର କାହିଁକି ମୁଣ୍ଡ ବିନ୍ଧିଲା ? ଖାଲି ସେତିକି ନୁହେଁ ସେମାନେ ଅଭିଯୋଗ କଲେ ଯେ ରଘୁବର କହିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଝାଡ଼ଖଣ୍ଡ ଗସ୍ତରେ ଯାଇଥିଲେ । ରଘୁବର ବିଧାନସଭା ପାଇଁ ଲଢ଼ିବେ କି ନାହିଁ ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଥିଲା ଶଙ୍ଖ ପାର୍ଟି ।

ଏବେ ଜଣାପଢ଼ି ଗଲା ଯେ କଂଗ୍ରେସ ପାଇଁ କେତେ ଚିନ୍ତାରେ ବିଜୁ ଜନତା ଦଳ ? ରାହୁଳ ଓ ନବୀନଙ୍କ ଭିତରେ ସମ୍ପର୍କ କେତେ ନିବିdଡ ? ଯେଉଁ କଥା ଶଙ୍ଖ ନେତାମାନେ ଉଠାଇଥିଲେ, ସେହି ଅଭିଯୋଗ ହାତ ଦଳିଆ ନିର୍ବାଚନ କମିଶନଙ୍କ ପାଖରେ ଉଠାଇଲେ ।

Leave a Reply

Your email address will not be published. Required fields are marked *