ରାଜ୍ୟ ସରକାର ବିଧାନସଭାରେ ଆଜି ସୁଭଦ୍ରା ଯୋଜନାର ଏସଓପି ଘୋଷଣା କରିବା ପରେ ସାମ୍ୱାଦିକ ସମ୍ମିଳନୀ କରି ବିଜେପି ସରକାରଙ୍କ ଉପରେ ବର୍ଷିଛି ବିଜେଡି । ବିଜେପିକୁ ଟାର୍ଗେଟ କରି ବିଜେଡି କହିଛି ଏ ବିଜେପି ସରକାର ମିଛୁଆ ରାଧୁଆର ସରକାର । ବିଜେପି ସରକାରକୁ ଆସିବା ପୂର୍ବରୁ ଯାହା ଘୋଷଣା କରିଥିଲା ଏବେ ତାହାର ପ୍ରତିଫଳନ ହେଉନି।ସାଧାରଣ ଲୋକ ବିଜେପିର ମିଛ ପ୍ରଲୋଭନରେ ଫସି ଯାଇଛନ୍ତି । ଏହି ପଇସାରେ ମହିଳା କଣ କରିବେ ? ଓଡିଶାର ପାଖାପାଖି ୧କୋଟି ମହିଳା ବଞ୍ଚିତ ହେଇଯିବେ ।

ସେହିପରି ସୁଭଦ୍ରା ଯୋଜନାକୁ ନେଇ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସେ କହିଛନ୍ତି ଖରା ବେଳେ ମହିଳା ମାନଙ୍କୁ ସ୍ୱପ୍ନ ଦେଖାଇ ଠକି ଦେଲେ ରାଜ୍ୟ ସରକାର। ସୁଭଦ୍ରା ଯୋଜନାକୁ ନେଇ ଆସି ଆସିଥିବା ଏସଓପିରୁ ଏହା ସ୍ପଷ୍ଟ ହୋଇଛି ଯେ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ମିଳିବ। ଅର୍ଥାତ ମାସକୁ ୮୩୩ ଟଙ୍କା। ଏହି ଦିଆଯାଇଥିବା ପଇସା କିପରି ମହିଳା ମାନଙ୍କୁ ସ୍ୱାବଲମ୍ବି ଓ ଲକ୍ଷପତି କରିବ ?  ଯେଉଁ ପରିବାରରେ ଦୁଇରୁ ତିନି ଜଣ ମହିଳା ଥିବେ, ସେଠାରେ ମହିଳାଙ୍କ ପିଛା ୨୦୦ ରୁ ୩୦୦ ଟଙ୍କା ରହିବ। ଏଥିରେ ସେମାନେ ସ୍ବାବଲମ୍ବି କେମିତି ହେବେ ?

Leave a Reply

Your email address will not be published. Required fields are marked *