ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମହୁତି ଉଦ୍ୟମ ଘଟଣାର ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ରାଜନୀତି ଜୋର ଧରିଛି । ଏହି ଘଟଣାକୁ ନେଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି । ଏଥିପାଇଁ ଦୁଇ ଦଳ ଆଜି ରାଜଧାନୀର ରାଜରାସ୍ତାକୁ ଓହ୍ଲାଇ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଜେଡି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବାକୁ ଚେଷ୍ଟା କରିଥିବା ବେଳେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଥିଲା କଂଗ୍ରେସ ।

ବାଲେଶ୍ୱର ଛାତ୍ରୀକୁ ନ୍ୟାୟ ଦେବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଓ କଲା ବିଜୁ ଛାତ୍ର ଓ ଯୁବ ଜନତା ଦଳ  । ଏଥିରେ ବିଧାୟକ ବ୍ୟୋମକେଶ ରାୟ, ଦେବୀରଞ୍ଜନ ତ୍ରିପାଠୀ ପ୍ରମୁଖ ସାମିଲ । ଘେରାଉ ଉଦ୍ୟମ ବେଳେ ଶତାଧିକ ବିଜେଡି କର୍ମୀଙ୍କୁ ପୋଲିସ ଉଠାଇ ନେଇଛି । ଏହି ଉଦ୍ୟମ ବେଳେ ପୋଲିସ ତାଙ୍କୁ ଅଟକାଇ ସମସ୍ତଙ୍କୁ ଅଟକ ରଖିଛି । ଏହି ଘଟଣାରେ ସରକାର କୌଣସି ପଦକ୍ଷେପ ନନେଇ ଥିବାରୁ ଛାତ୍ରୀ ଆତ୍ମାହୁତି ଉଦ୍ୟମ କରିଥିବା ବିଜେଡି ଅଭିଯୋଗ ଆଣିଛି ।

ସେହିପରି ଅନ୍ୟପଟେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବାସଭବନ ଘେରିଛି ଛାତ୍ର କଂଗ୍ରେସ । ଏଥିସହ ଘଟଣାକୁ ନେଇ ନାରାବାଜି କରିଛି ।

Leave a Reply

Your email address will not be published. Required fields are marked *