ନିଶିକାନ୍ତଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ଏହାରି ମଧ୍ୟରେ ମନ୍ତବ୍ୟ ପାଇଁ ନିଶିକାନ୍ତ ଦୁବେ କ୍ଷମା ମାଗନ୍ତୁ କହିଲେ ବିଜୟ ମହାପାତ୍ର । ସେ କହିଛନ୍ତି ଜଣେ ସାଂସଦଙ୍କ ଠାରୁ ଏଭଳି ମନ୍ତବ୍ୟ ଆଶା କରାଯାଏନା । ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବିଷୟ ମନ୍ତବ୍ୟ । ବିଜୁ ବାବୁଙ୍କ ବିଷୟରେ କିଛି ନଜାଣି ଏଭଳି ମନ୍ତବ୍ୟ ଦେବା ସମସ୍ତଙ୍କୁ ଆଘାତ ଦେଇଛି ।

ବିଜୁ ବାବୁ ଭାରତର ପ୍ରତିନିଧିତ୍ଵ ଭାବେ ଆମେରିକା ଯାଇଥିଲେ । ବିଜୁ ବାବୁ CIA ଏଜେଣ୍ଟ ନଥିଲେ । ଯୁଦ୍ଧ ପରିଚାଳନାରେ ବିଜୁ ବାବୁଙ୍କ ଦକ୍ଷତା ଥିବାରୁ ତାଙ୍କ ଭାରତ ସରକାର ତାଙ୍କୁ ପଠାଇଥିଲେ । ୧୯୬୨ ଭାରତ-ଚୀନ୍‌ ଯୁଦ୍ଧରେ ବିଜୁ ବାବୁଙ୍କ ଭୂମିକା ଥିଲା । ବିଜୁ ପଟ୍ଟନାୟକଙ୍କର ମିଲିଟାରୀ ଉପରେ ଅଗାଢ ଜ୍ଞାନ ଥିଲା । ସେଥିପାଇଁ ଆମେରିକା ସହ ଚୁକ୍ତିର ଆବଶ୍ୟକ ଥିଲା । ବିଜୁ ବାବୁ କଣ ସେକଥା ସମସ୍ତେ ଜାଣନ୍ତି । ତାଙ୍କ ଦେହାନ୍ତ ବେଳେ ସବୁ ଜାତୀୟ ସ୍ତରର ନେତାମାନେ ଆସିଥିଲେ ପୁରୀ ସ୍ଵର୍ଗଦ୍ଵାର। କିଛି ନଜାଣି ତାଙ୍କ ବିଷୟରେ ଏଭଳି କହିଥିବାରୁ ସେ ତୁରନ୍ତ କ୍ଷମା ମାଗନ୍ତୁ । ନିଶିକାନ୍ତ ଦୁବେ ସାରା ଦେଶକୁ ବିନା ସର୍ତ୍ତରେ ଭୁଲ ମାଗିବା ଦରକାର ।

ସେ ଆଉ ମଧ୍ୟ କହିଛନ୍ତି ଭାରତ ସରକାର ତାଙ୍କ ଉପରେ ଆକ୍ସନ ନିଅନ୍ତୁ । ତୁଚ୍ଛା ମିଛ କହିଛନ୍ତି ନିଶିକାନ୍ତ ଦୁବେ, ଯାହା କହିଛନ୍ତି ସେ ସବୁ ମନଗଢା କାହାଣୀ । ମୋଟାମୋଟି ଭାବେ କହିବାକୁ ଗଲେ ପାଗଳ ଭଳି ବିବୃତି ରଖିଛନ୍ତି ଦୁବେ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଠିକ୍ କହିଛନ୍ତି। ନିଶିକାନ୍ତଙ୍କ ମୁଣ୍ଡ କାମ କରୁନି। ସେ କ୍ଷମା ପ୍ରାର୍ଥନା କରନ୍ତୁ।

ଏହା ସହ ଅସନ୍ତୋଷ ପ୍ରକାଶ କରି ଦୁବେଙ୍କୁ କଡା ସମାଲୋଚନା କରି ବିଜୟ କହିଛନ୍ତି, ସେ ନିଜେ ଜଣେ କର୍ପୋରେଟ ଏଜେଣ୍ଟ । ସେ ବିଜୁ ବାବୁଙ୍କ ବିଷୟରେ ନଜାଣି ଭୁଲ କଥା ଗୁଡାକ କହିଥିବାରୁ ତାଙ୍କ ଦଳର ଶୀର୍ଷ ନେତା ତାଙ୍କୁ ତାଗିଦ୍ କରିବା ଉଚିତ୍‌ । ଏହାକୁ ନେଇ ରାଜନୀତି ହେବା ଉଚିତ୍ ନୁହଁ । ଚାରିବାଟିଆ ଏବେବି NSA ଦ୍ବାରା ପରିଚାଳିତ । ନିଶିକାନ୍ତ ଦୁବେ ସାରା ଦେଶକୁ ବିନା ସର୍ତ୍ତରେ ଭୁଲ୍‌ ମାଗିବା ଦରକାର । ନହେଲେ ଯାହା ପରବର୍ତ୍ତୀ କାର୍ଯ୍ୟପନ୍ଥା ନିଆଯିବ କଥା ନିଆଯିବ ।

ସୂଚନା ଯୋଗ୍ୟ; ଲୋକସଭାରେ ଭାରତୀୟ ଜନତା ପାର୍ଟିର ସାଂସଦ ନିଶିକାନ୍ତ ଦୁବେ ପୂର୍ବତନ ଓଡ଼ିଶା ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କ ଦଳ ଭିତରେ ଏବଂ ବାହାରେ ସମାଲୋଚନାର ଶିକାର ହୋଇଛନ୍ତି। ୧୯୬୨ ମସିହାରେ ଚୀନ୍ ସହିତ ଯୁଦ୍ଧ ସମୟରେ ସେ ସିଆଇଏ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ମଧ୍ୟରେ ଲିଙ୍କ ଭାବରେ କାର୍ଯ୍ୟ କରିଥିବା ଅଭିଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *