ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଭୂଷଣ ରାମକୃଷ୍ଣ ଗଭାଇ। ସେ ମେ ୧୪ ତାରିଖରେ ୫୨ତମ ପ୍ରଧାନ ବିଚାରପତିଭାବେ ଶପଥ ଗ୍ରହଣ କରିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇବେ । ପ୍ରଧାନ ବିଚାରପତି ସଞ୍ଜୀବ ଖନ୍ନା କାର୍ଯ୍ୟକାଳ ମେ ୧୩ରେ ଶେଷ ହେବାକୁ ଯାଉଛି । ତାଙ୍କ ପରେ ବି ଆର ଗବାଇ ଏହି ଦାୟିତ୍ୱ ଗ୍ରହଣ କରିବେ । ବରିଷ୍ଠତା ଦୃଷ୍ଟିରୁ ପ୍ରଧାନ ବିଚାରପତି ସଞ୍ଜୀବ ଖନ୍ନା ଭୂଷଣ ରାମକୃଷ୍ଣ ଗଭାଇଙ୍କ ନାମ ଆଇନ ମନ୍ତ୍ରଣାଳୟକୁ ବୁଧବାର ସୁପାରିଶ କରିଥିଲେ ।

ବିଚାରପତି ଭୂଷଣ ରାମକୃଷ୍ଣ ଗଭାଇ ପ୍ରଖ୍ୟାତ ରାଜନୀତିଜ୍ଞ ତଥା ପୂର୍ବତନ ସାଂସଦ ରାମକ୍ରୀଷ୍ଣ ଗବାଇ ପୁଅ । ସେ ୧୯୮୫, ମାର୍ଚ୍ଚ ୧୬ ତାରିଖରେ ତାଙ୍କର କାର୍ଯ୍ୟକାଳ ଆରମ୍ଭ କରିଥିଲେ । ୨୦୦୩, ନଭେମ୍ବର ୧୪ ତାରିଖରେ ସେ ବମ୍ବେ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ଏବଂ ୨୦୦୫, ନଭେମ୍ବର ୧୨ ତାରିଖରେ ହାଇକୋର୍ଟର ସ୍ଥାୟୀ ବିଚାରପତିଭାବେ ନିଯୁକ୍ତି ପାଇଥିଲେ । ଦୀର୍ଘ ୧୬ ବର୍ଷ ଧରି ବମ୍ବେ ହାଇକୋର୍ଟରେ ବିଚାରପତିଭାବେ ନିଜ ଦାୟିତ୍ୱ ତୁଲାଇଛନ୍ତି । ୨୦୧୯, ମେ ୨୪ ତାରିଖରେ ସୁପ୍ରିମକୋର୍ଟ ବିଚାରପତିଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *