ବିଜେଡି ଛାଡ଼ିବା ନେଇ ସଂକେତ ଦେଲେ ବରିଷ୍ଠ ନେତା ଭୂପିନ୍ଦର ସିଂ। ବିଜେଡି ଛାଡ଼ିବା ସହ କଂଗ୍ରେସ ଘର ବାହୁଡ଼ାର ସଂକେତ ଦେଇଛନ୍ତି ଭୂପିନ୍ଦର । ସେ କହିଛନ୍ତି ମୋ ପାଇଁ ଲୋକେ ହିଁ ଶ୍ରେଷ୍ଠ ଦଳ ନୁହେଁ । ମୋର ଭବିଷ୍ୟତ କଣ ହେବ ତାହା ଲୋକେ ନିଷ୍ପତ୍ତି ନେବେ। ଲୋକେ ମୋତେ କହୁଛନ୍ତି ଯେଉଁ ଚିହ୍ନରେ ଛିଡ଼ା ହେବି ଭୋଟ୍ ଦେବେ। କଂଗ୍ରେସ ଦେଶରେ ଓ ରାଜ୍ୟରେ ବଢିବାରେ ଲାଗିଛି। ସେ ଆଉ ମଧ୍ୟ କହିଛନ୍ତି ବିଜେଡି ଠିକ୍ ଭାବେ ମୁଖ୍ୟ ବିରୋଧୀଦଳର ଭୂମିକା ନ ନେଲେ କଂଗ୍ରେସ ଆଗକୁ ବଢ଼ିଯିବା । ଲୋକେ ଅନୁଭବ କରୁଛନ୍ତି ଯେ ବିଜେଡି ଓ ବିଜେପି ଭିତରେ କିଛି ପ୍ରଭେଦ ନାହିଁ । ତେଣୁ ଲୋକ କଂଗ୍ରେସ କଥା ଚିନ୍ତା କଲେଣି । ଲୋକେ ବିରୋଧୀଦଳଠୁ ଯାହା ଆଶା କରୁଛନ୍ତି ତାହା ବିଜେଡିଠାରୁ ପାଉ ନାହାଁନ୍ତି । ସୂଚନା ଯୋଗ୍ୟ; ଭୂପିନ୍ଦର ପ୍ରଥମେ କଂଗ୍ରେସ ଦଳରେ ବିଧାୟକ ଏବଂ ସାଂସଦ ରହିସାରିଛନ୍ତି । ୨୦୧୪ରେ ସେ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିଲେ । ୨୦୧୯ରେ ମଧ୍ୟ ବିଜେଡ଼ିରୁ ଟିକେଟ୍ ପାଇ ବିଧାୟକ ହୋଇଥିଲେ । କିନ୍ତୁ ୨୦୨୪ ନିର୍ବାଚନ ବେଳେ ତାଙ୍କୁ ଟିକେଟ ମିଳିନଥିଲା। Post navigation ୨୦ ତାରିଖ ପୂର୍ବରୁ ସରିବ ରାସ୍ତା ମରାମତି କାମ: ପୃଥ୍ବୀରାଜ ହରିଚନ୍ଦନ ଭକ୍ତଙ୍କ ଗୁଲାମୀ ଉପାଖ୍ୟାନ