ଭୁବନେଶ୍ୱରରେ ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପ ସ୍ଥଗିତ । ପ୍ରକଳ୍ପର ବୈଷୟିକ ଦିଗଗୁଡ଼ିକର ପୁନଃଅନୁଧ୍ୟାନ ପାଇଁ ସ୍ଥଗିତ ରଖାଯାଇଥିବା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଜାତୀୟ ମେଟ୍ରୋ ରେଳ ନୀତିସହ ଅନୁପାଳନ, ଆଶାଠାରୁ କମ୍ ଯାତ୍ରୀ ସଂଖ୍ୟା ଓ ପ୍ରକଳ୍ପର ବୈଷୟିକ ଦିଗଗୁଡ଼ିକର ପୁନଃ-ଅନୁଧ୍ୟାନ ପାଇଁ ବର୍ତ୍ତମାନ ସରକାର ଏହି ପ୍ରକଳ୍ପକୁ ପରୀକ୍ଷାଧୀନ ବା ସ୍ଥଗିତ ରଖିଛନ୍ତି । ଏହି ଉଦ୍ଦେଶ୍ୟରେ ଏକ ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । ଏହା ସହିତ, ଏକ ସାମଗ୍ରିକ, ଭବିଷ୍ୟତ ପାଇଁ ପ୍ରସ୍ତୁତ ସହରାଞ୍ଚଳ ପରିବହନ ବ୍ୟବସ୍ଥା ଗଠନ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା “ଓଡିଶା ପାଇଁ ସ୍ଥାୟୀ ସହରାଞ୍ଚଳ ଗତିଶୀଳତା ପରିବର୍ତ୍ତନ ଯୋଜନା” ଶୀର୍ଷକ ଏକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି, ଯାହା ଦ୍ୱାରା ଓଡ଼ିଶାରେ ମେଟ୍ରୋ ରେଳ ସମେତ ସାମଗ୍ରିକ ସହରାଞ୍ଚଳ ପରିବହନ ବ୍ୟବସ୍ଥାକୁ ଚୂଡ଼ାନ୍ତ କରିବାରେ ସାହାଯ୍ୟ ମିଳିବ । ଏହା ସହ ସରକାରଙ୍କ ଦ୍ୱାରା SUMTP ଶୀର୍ଷକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏହି ଯୋଜନା ଓଡ଼ିଶାରେ ମେଟ୍ରୋ ରେଳ ସମେତ ସାମଗ୍ରିକ ସହରୀ ପରିବହନ ବ୍ୟବସ୍ଥାକୁ ଚୂଡ଼ାନ୍ତ ରୂପ ଦେବାରେ ସହାୟକ ହେବ । ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟିର ସୁପାରିଶ ଓ ଉପରୋକ୍ତ ସହରୀ ପରିବହନ ଯୋଜନାର ରିପୋର୍ଟକୁ ବିସ୍ତୃତ ଅନୁଧ୍ୟାନ କରିବା ପରେ, ସରକାର ଏହି ପ୍ରକଳ୍ପ ସମ୍ପର୍କରେ ଆଗାମୀ ଦିନରେ ଅନ୍ତିମ ସିଦ୍ଧାନ୍ତ ଗ୍ରହଣ କରିବେ। ପ୍ରଥମ ପର୍ଯ୍ୟାୟରେ ମେଟ୍ରୋ ପ୍ରକଳ୍ପ ଭବୁନେଶ୍ବର ବିମାନବନ୍ଦରରୁ କଟକର ତ୍ରିଶୁଳିଆ ପର୍ଯ୍ୟନ୍ତ ନିର୍ମାଣ ହେବାକୁ ପ୍ରସ୍ତାବ ରହିଥିଲା । ଏଥିପାଇଁ ପ୍ରାୟ ୬ହଜାର ୨୫୫ କୋଟି ଚଙ୍କା ବ୍ୟୟ ଅଟକଳ । କରାଯାଇଥିଲା । Post navigation Vikram Yadav Appointed New DGCA Chief: ବରିଷ୍ଠ ଆଇଏଏସ୍ ବୀର ବିକ୍ରମ ଯାଦବ ଡିଜିସିଏ ଅଧ୍ୟକ୍ଷ