ଭୁବନେଶ୍ବରରେ ଦବିଗଲା ଆଇଗିଣିଆ ଓଭରବ୍ରିଜ୍। ରାଜଧାନୀ ଡୁମୁଡୁମା ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ଆଇଗିଣିଆ ଓଭରବ୍ରିଜ୍ ଦବିଯାଇଛି। ବିପଦ ସଙ୍କୁଳ ଅବସ୍ଥାରେ ବ୍ରିଜ ଥିବା ବେଳେ ଲୋକେ ଆତଙ୍କିତ ହୋଇଯାଇଛନ୍ତି । ଓଭରବ୍ରିଜରେ ଦବି ଯାଇଥିବା ଗାତରେ ଫସିଲାଯାଇଛି ମିନି ଟ୍ରକ୍‌ । ଖବର ପାଇ ଏନ୍‌ଏଚ୍‌ କର୍ତ୍ତୃପକ୍ଷଙ୍କ ଉଦ୍ଧାରକାରୀ ଟିମ୍‌ ମିନିଟ୍ରକକୁ ଉଦ୍ଧାର କରିଥିବା ସୂଚନା । ରାସ୍ତା ଦବିବା ଯୋଗୁ ବାଧାପ୍ରାପ୍ତ ହୋଇଛି ଯାତାୟତ । ବିପଦଶଙ୍କୁଳ ଅବସ୍ଥାରେ ଚାଲିଛି ଯାତାୟତ ।

ଏହି ଫ୍ଲାଇ ଓଭର ବ୍ରିଜ ବର୍ଷକ ତଳେ ନିର୍ମାଣ ହୋଇଥିଲା। ଲଗାଣ ବର୍ଷାରେ ଲିକ ହୋଇ ଏହା ଦବି ଥାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ନିମ୍ନକାମ ଯୋଗୁଁ ରାସ୍ତା ଦବି ଯାଇଥିବା ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *