ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଘରୋଇକରଣ ଯୋଜନା ଉପରେ କାମ ଆରମ୍ଭ କରିଛନ୍ତି। ଭାରତରେ ବିମାନବନ୍ଦର ସଂଖ୍ୟା ବଢ଼ୁଥିବା ବେଳେ ଦେଶରେ ଥିବା ୧୧ଟି ବିମାନବନ୍ଦରର ଘରୋଇକରଣ କରାଯିବ। ସେହି ତାଲିକାରେ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନାମ ରହିଛି।

ଏହି ସବୁ ବିମାନମନ୍ଦରକୁ ୨୦୨୨ରୁ ୨୦୨୫ ମଧ୍ୟରେ ଲିଜ୍‌ ସୁତ୍ରରେ ଘରୋଇ କମ୍ପାନୀକୁ ଦିଆଯିବ । ଏହା ଦ୍ବାରା ଏହି ବିମାନ ବନ୍ଦରର ଉନ୍ନତି ଓ ପରିସୀମାକୁ ବୃଦ୍ଧି କରାଯିବ ।

ଅନ୍ୟପଟେ ଘରୋଇକରଣ ଖବରକୁ ନେଇ ବିଜେଡ଼ି ଅସନ୍ତୋଷ ପ୍ରକାଶ କରିଛି ।ବିଜେଡି ମୁଖପାତ୍ର ସଞ୍ଜୟ ଦାସବର୍ମା କହିଛନ୍ତି ଘରୋଇକରଣ ଖବର ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଦେଶର ଶ୍ରେଷ୍ଠ ୨୦ ଲାଭଦାୟକ ବିମାନବନ୍ଦରରେ ଆସୁଛି ।ଘରୋଇକରଣ ପରେ ବିମାନ ଭଡ଼ା ବଢ଼ିବା ସ୍ୱାଭାବିକ ।

ଦେଶରେ ବିମାନବନ୍ଦର ଘରୋଇକରଣର ପ୍ରଥମ ପର୍ଯ୍ୟାୟରେ ଅହମ୍ମଦାବାଦ, ଲକ୍ଷ୍ନୌ, ମାଙ୍ଗାଲୋର, ଜୟପୁର, ଗୌହାଟି ଓ ଥିରୁବନନ୍ତପୂରମ ବିମାନବନ୍ଦରର ପରିଚାଳନା ଦାୟିତ୍ବ ଶିଳ୍ପପତି ଗୌତମ ଆଦାନିଙ୍କ ସଂସ୍ଥା ଆଦାନି ଏଣ୍ଟରପ୍ରାଇଜେସ୍‌କୁ ହସ୍ତାନ୍ତର କରାଯାଇଥିଲା। ଏହି ପ୍ରକ୍ରିୟାର ଦ୍ବିତୀୟ ପର୍ଯ୍ୟାୟରେ ଅମୃତସର, ବାରାଣସୀ, ଇନ୍ଦୋର, ରାୟପୁର, ଭୁବନେଶ୍ବର ଓ ତିରୁଚିରାପଲ୍ଲୀ ବିମାନବନ୍ଦରର ଘରୋଇକରଣ କରାଯିବ। ବର୍ତ୍ତମାନ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅଧୀନରେ ପରିଚାଳିତ ହେଉଥିବା ଏହି ବିମାନବନ୍ଦରଗୁଡ଼ିକୁ ଆଗାମୀ ଦିନରେ ଘରୋଇ ସରକାରୀ ସହଭାଗିତା ମୋଡ୍‌ରେ ପରିଚାଳନା କରାଯିବାର ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *