ଆସନ୍ତାକାଲି ଭାରତ ବନ୍ଦ । ଏହି ଡାକରା ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଦ୍ୱାରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ୧୭ ଦଫା ଦାବୀ ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ଧର୍ମଘଟରେ ବ୍ୟାଙ୍କିଙ୍ଗ, ବୀମା, ପୋଷ୍ଟାଲ ସେବା ସମେତ ବିଭିନ୍ନ କ୍ଷେତ୍ରର ୨୫ କୋଟିରୁ ଅଧିକ କର୍ମଚାରୀ ସାମିଲ ହେବେ । ଏହି ବନ୍ଦ ସରକାରୀଙ୍କ ଶ୍ରମିକମାରଣ ନୀତି, କୃଷକ ବିରୋଧୀ ଓ ଦେଶ ବିରୋଧୀ କର୍ପୋରେଟ୍ ସମର୍ଥକ ନୀତି ବିରୋଧରେ କରାଯାଉଛି । ୟୁନିଅନଗୁଡ଼ିକ କହିଛନ୍ତି ଯେ ସରକାର ଶ୍ରମିକଙ୍କ ଦାବିକୁ ଅଣଦେଖା କରିଛନ୍ତି ଏବଂ କର୍ପୋରେଟ ସ୍ବାର୍ଥକୁ ପ୍ରୋତ୍ସାହିତ କରିଛନ୍ତି। ଏହି ଧର୍ମଘଟର ପ୍ରସ୍ତୁତି ମାସ ମାସ ଧରି ଚାଲିଛି।ଏହି ହଡତାଳରେ ୨୫ କୋଟିରୁ ଅଧିକ କର୍ମଚାରୀଙ୍କ ସାମିଲ ହେବାର ଆଶା ରହିଛି । କୃଷକ ଓ ଗ୍ରାମାଞ୍ଚଳ କର୍ମଚାରୀ ମଧ୍ୟ ଦେଶବ୍ୟାପୀ ଏହି ବିରୋଧ ପ୍ରଦର୍ଶନରେ ସାମିଲ ହେବେ । ଏହା ଫଳରେ ସାର୍ବଜନୀନ ସେବାଗୁଡ଼ିକରେ ବଡ଼ ଧରଣର ବାଧା ଆଶା କରାଯାଉଛି । ସୂଚନା ଯୋଗ୍ୟ; ଭାରତ ବନ୍ଦ କରିବାକୁ ଯାଉଥିବା ସଂଗଠନଗୁଡିକ ଗତ ବର୍ଷ ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ୧୭ ଦଫା ଦାବିର ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ସରକାର ଗତ ୧୦ ବର୍ଷରୁ ବାର୍ଷିକ ଶ୍ରମ ସମ୍ମିଳନୀର ଆୟୋଜନ କରି ନାହାନ୍ତି । ସାମୂହିକ ଆଲୋଚନା ଓ ଧର୍ମଘଟ ଭଳି ଅଧିକାରଗୁଡ଼ିକୁ ହ୍ରାସ କରୁଥିବା ଚାରୋଟି ନୂତନ ଶ୍ରମ କୋଡର ପ୍ରଚାର। ବୃଦ୍ଧି ପାଉଥିବା ବେକାରୀ ଓ ମୁଦ୍ରାସ୍ଫୀତି, ସ୍ୱାସ୍ଥ୍ୟ, ଶିକ୍ଷା ଓ ନାଗରିକ ସୁବିଧାରେ କାଟ, ଯୁବକମାନଙ୍କ ପାଇଁ ଚାକିରି ପ୍ରଦାନ କରିବା ବଦଳରେ ଅବସରପ୍ରାପ୍ତ ଲୋକଙ୍କୁ ନିଯୁକ୍ତି ଦେବା, ୧୦ ବର୍ଷ ମଧ୍ୟରେ କୌଣସି ଶ୍ରମ ସମ୍ମିଳନୀ ନ ହେବା, ପ୍ରବାସୀ ଶ୍ରମିକମାନଙ୍କୁ ଅଧିକାରହୀନ କରିବାର ପ୍ରୟାସ ଓ ଜନସୁରକ୍ଷା ବିଲ୍ ବ୍ୟବହାର କରି ପ୍ରତିବାଦ ଉପରେ କାର୍ଯ୍ୟାନୁଷ୍ଠାନ। Post navigation ଆଜି ଶ୍ରୀଜିଉମାନଙ୍କ ନୀଳାଦ୍ରି ବିଜେ; ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନ ଭଞ୍ଜନ କରିବେ କାଳିଆ ସାଆନ୍ତେ