Bhakta-das warns of DGP Office gherao if Balanga accused not arrested within 7 days
ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଖବର ଶୁଣି ଆଜି ପ୍ରେସ ବାର୍ତ୍ତା ମାଧ୍ୟମରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ ବଳଙ୍ଗା ପୀଡିତାଙ୍କ ଘଟଣାରେ ସାତଦିନରେ ଦୃର୍ବୁତ୍ତ ଧରା ନ ପଡ଼ିଲେ ଓଡିଶା କଂଗ୍ରେସ ଡିଜିପି ଅଫିସ ଘେରାଉ କରିବ ।
 
ବଳଙ୍ଗା ପୀଡିତାଙ୍କ ଘଟଣା ଆଜିକୁ ଦୁଇ ସପ୍ତାହ ହେଲା । ଶେଷରେ ତାଙ୍କ ମୃତ୍ୟୁ ହେଲା । ଶନିବାର ଘଟଣା ଘଟିଥିଲା ଏବଂ ଆଜି ସେଇ ଶନିବାର ତାର ମୃତ୍ୟୁ ହେଲା । ଦୀର୍ଘ ୧୫ ଦିନ ହେଲା ଏତେ ବଡ଼ ଚର୍ଚ୍ଚିତ ଘଟଣାର ଅଭିଯୁକ୍ତଙ୍କୁ ଆଧୁନିକ ଯୁଗରେ ପୋଲିସ ଧରି ପାରିଲା ନାହିଁ । ଏଥରୁ ପୋଲିସ ବିଭାଗ କେମିତି ଚାଲିଛି ତାହା ଅନୁମେୟ । ପୀଡ଼ିତାଙ୍କ ବୟାନ ପୋଲିସ ରେକର୍ଡ କରିଛି କିନ୍ତୁ ଲୋକ ଲୋଚନକୁ ଅଣାଯାଉ ନାହିଁ ।
 
ଗୋଟିଏ ଗୋଟିଏ ଘଟଣା କେମିତି ଚପାଇ ଦିଆଯାଉଛି ତାହା ସ୍ପଷ୍ଟ ଜଣାପଡ଼ୁଛି । ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦରକାର । ଯଦି ସାତଦିନ ଭିତରେ ପୀଡ଼ିତାଙ୍କୁ ନ୍ୟାୟ ନ ମିଳିଲା ତେବେ ଧରିନିଆଯିବ ଯେ ସରକାର ପୋଲିସ ବିଭାଗ ଚଳାଇ ପାରୁ ନାହାନ୍ତି ।
 
ଏଫ୍ ଏମ୍ ଛାତ୍ରୀ ପୋଡ଼ି ଘଟଣାରେ ପେଟ୍ରୋଲ କିଏ ଆଣିଲା, ମ୍ୟାଚିସ କିଏ ଦେଲା ଏବଂ କେଉଁମାନେ ଉପସ୍ଥିତ ଥିଲେ କ୍ରାଇମ୍ ବ୍ରାଞ୍ଚ ରିପୋର୍ଟ ଆସିଲା କିନ୍ତୁ ଅପରାଧୀ ମାନେ ଏ ପର୍ଯ୍ୟନ୍ତ ଧରାହେଇ ନାହାନ୍ତି ।
 
ସରକାର ସବୁ କ୍ଷେତ୍ରରେ ନିଜେ ଅପରାଧ କଲା ଭଳିଆ ବ୍ୟବହାର କାହିଁକି କରୁଛି ? ଚୋରଙ୍କୁ ନ ଧରି ଚୋରଙ୍କ ଭଳିଆ ହେଉଛି କାହିଁକି ବୋଲି ଦାସ ପ୍ରଶ୍ନ କରିଛନ୍ତି ।ଏଭଳି ଦୁର୍ବଳ ପ୍ରଶାସନ ଆମେ କେବେ ଦେଖି ନ ଥିଲୁ, ଆମର ଦୁର୍ଭାଗ୍ୟ ଏଭଳି ଏକ ସରକାର ଆମେ ପାଇଛୁ । ଦୀର୍ଘ ଦିନ ବିତି ଯାଇଥିଲେ ସୁଦ୍ଧା ପୁଲିସ ଅପରାଧୀ ଧରିବାରେ ବିଫଳ । ସରକାରଙ୍କ ଉପରେ ରାଜ୍ୟବାସୀଙ୍କ ସନ୍ଦେହ ଆସିଲାଣି ।କୌଣସି ଷଡ଼ଯନ୍ତ୍ର ଥିବା ଭଳି ଲାଗୁଛି। ଅନ୍ୟ ସାଧାରଣ କେସ ଯେପରି ପୋଲିସ ତତ୍ପରତା ଦେଖାଉଛି । ଏଫ୍ ଏମ୍ କଲେଜ ଏବଂ ବଲଙ୍ଗା କେସ ରେ କାହିଁକି ତତ୍ପରତା ଦେଖାଇଲାନି ।
 
ବଳଙ୍ଗା ଛାତ୍ରୀ ଘଟଣା ଉପ ମୁଖ୍ୟମନ୍ତ୍ରୀଙ୍କ ନିଜ ଅଞ୍ଚଳରେ ଘଟିଛି ।ଏଭଳି ଅପରାଧୀ ମାନଙ୍କୁ ବାରମ୍ବାର ଛାଡୁଛନ୍ତି ବା ଘଣ୍ଟ ଘୋଡାଉଛନ୍ତି । ତେଣୁ ନାରୀ ଅତ୍ୟାଚାର ବଢ଼ିଚାଲିଛି । ତାହାର ସୀମା ନାହିଁ । ବିଶ୍ଵ ଦରବାରରେ ଆପଣ ଲଜ୍ଜିତ ହେଲେଣି ।ଦେଶରେ ଆପଣ ଲଜ୍ଜିତ ହେଲେଣି । ସର୍ବୋଚ୍ଚ ନ୍ୟାୟାଳୟ ଅନୁଭବ କଲା କିନ୍ତୁ ଆପଣ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଲଜ୍ଜିତ ଅନୁଭବ କଲେ ନାହିଁ ବୋଲି ଦାସ କ୍ଷଭୋ ପ୍ରକାଶ କରିଛନ୍ତି । ସରକାରରେ ଅମଣିଷ ମାନେ ବସିଛନ୍ତି । ଯଦି ମଣିଷ ପଣିଆ ଥାଏ ତେବେ ଅଭିଯୁକ୍ତକୁ ଗିରଫ କରି ନିଜର ମଣିଷ ପଣିଆ ପ୍ରମାଣିତ କରନ୍ତୁ ବୋଲି ଭକ୍ତ ଦାସ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *