ଶତାୟୁ ଡାକ୍ତର କେ. ଲକ୍ଷ୍ମୀବାଇଙ୍କ ନିସ୍ୱାର୍ଥପର ସେବାକୁ ସ୍ୱୀକୃତି ଦେବାକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଭକ୍ତ ଦାସଙ୍କ ଅନୁରୋଧ କରିଛନ୍ତି । ଭକ୍ତ ଦାସ କହିଛନ୍ତି ଡାକ୍ତର କେ. ଲକ୍ଷ୍ମୀ ବାଈ ପ୍ରକୃତରେ ଓଡ଼ିଶାର ଗୌରବ, ଯିଏ ମହିଳାଙ୍କ କର୍କଟ ରୋଗ ଚିକିତ୍ସା ପାଇଁ ଏମସ୍ ଭୁବନେଶ୍ୱରକୁ ତାଙ୍କର ଜୀବନ ସଞ୍ଚୟ ୩.୪ କୋଟି ଦାନ କରିଥିଲେ। ମୁଁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କୁ ସମାଜ ପ୍ରତି ତାଙ୍କର ନିଃସ୍ୱାର୍ଥପର ସେବାକୁ ସ୍ୱୀକୃତି ଦେବାକୁ ଅନୁରୋଧ କରୁଛି। ସୂଚନା ଯୋଗ୍ୟ; ବ୍ରହ୍ମପୁରର ଶତାୟୁ ଡାକ୍ତର କେ.ଲକ୍ଷ୍ମୀବାଇ । ଭୁବନେଶ୍ବର ଏମସକୁ ଦାନ କଲେ ୩ କୋଟି ୪୦ ଲକ୍ଷ ଟଙ୍କା । ନିଜର ଶହେ ତମ ଜନ୍ମଦିନକୁ ସ୍ମରଣୀୟ କରିବାକୁ ବ୍ରହ୍ମପୁରର ଡାକ୍ତର ଲକ୍ଷ୍ମୀ ବାଈଙ୍କ ନିଆରା ନିଷ୍ପତ୍ତି ହେଇଛନ୍ତି । ଡିସେମ୍ବର ୫ରେ ପାଳନ କରିବେ ୧୦୦ତମ ଜନ୍ମଦିନ । ୧୦୦ତମ ଜନ୍ମଦିନ ରେ AIMSକୁ ୩କୋଟି ଦାନ କଲେ ଶତାୟୁ ଡାକ୍ତର । ମହିଳା କର୍କଟ ରୋଗ ଚିକିତ୍ସା ଓ ଯତ୍ନ କେନ୍ଦ୍ର କରିବା ପାଇଁ ସେ ଏହି ଅର୍ଥ ଦାନ କରିଛନ୍ତି । ଟଙ୍କା ଦାନ ପାଇଁ ହସ୍ପିଟାଲ୍ ସହ ଆଲୋଚନା ସରିବା ପରେ କାଗଜପତ୍ର କାମ ମଧ୍ୟ ଶେଷ ହୋଇସାରିଛି । ତାଙ୍କର ଏହି ଘୋଷଣା ପରେ ସାରା ରାଜ୍ୟରୁ ଛୁଟୁଛି ପ୍ରଶଂସାର ସୁଅ । ୧୯୪୫ ମସିହାରେ କଟକ ଏସସିବି ମେଡିକାଲ କଲେଜର ପ୍ରଥମ ବ୍ୟାଚ୍ ଛାତ୍ରୀ ଥିଲେ । ୧୯୫୦ରେ ଏମବିବିଏସ୍ ପାଠ୍ୟକ୍ରମ ସାରିବା ପରେ ୧୯୫୮ରେ ତତ୍କାଳୀନ ମାଡ୍ରାସ ମେଡିକାଲ କଲେଜରୁ ଡିଜିଓ ଆଣ୍ଡ ଏମଡି ଡିଗ୍ରୀ ହାସଲ କରିଥିଲେ । ପରେ ଆମେରିକାର ବାଲ୍ଟିମୋରର ଜନ୍ସ ହପକିନ୍ସ ହସ୍ପିଟାଲରେ ଏମ୍ପିଏଚ୍ କରିଥିଲେ । ୧୯୫୦ରୁ ସୁନ୍ଦରଗଡ଼ ଜିଲ୍ଲା ହସପିଟାଲରୁ ଡାକ୍ତର ଚାକିରି ଜୀବନ ଆରମ୍ଭ କରି ୧୯୮୬ ମସିହାରେ ବ୍ରହ୍ମପୁର ଏମକେସିଜି ମେଡିକାଲର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗର ପ୍ରଫେସର ଭାବେ ଅବସର ଗ୍ରହଣ କରିଥିଲେ । ଡାକ୍ତର ଲକ୍ଷ୍ମୀ ବାଈଙ୍କର କୌଣସି ସନ୍ତାନ ନାହାଁନ୍ତି । ତାଙ୍କ ପୁତୁରାଙ୍କୁ ପୁଅ କରିଥିଲେ ଡାକ୍ତର ଲକ୍ଷ୍ମୀ ବାଈ । ସେ ଏବେ ଆମେରିକାରେ ରହୁଛନ୍ତି । ସ୍ୱାମୀଙ୍କ ବିୟୋଗ ପରେ ଲକ୍ଷ୍ମୀ ବାଈ ଏକାକୀ ବ୍ରହ୍ମପୁର ସହରର ଭାବାନଗର ସ୍ଥିତ ଘରେ ରହୁଥିଲେ । ତାଙ୍କର ଏହି ନିଷ୍ପତ୍ତି ଜାଣିବା ପରେ ପୁତୁରା ଆମେରିକାରୁ ଆସୁଛନ୍ତି । ତାଙ୍କ ଉପସ୍ଥିତିରେ ସେ ଏହି ଟଙ୍କା AIMSକୁ ପ୍ରଦାନ କରିବେ । Post navigation Odisha Assembly: ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ