ପିସିସି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଏବଂ ପିସିସିର ଏକ ବୃହତ ପ୍ରତିନିଧି ଦଳ ଚାନ୍ଦବାଲି ଦୁଷ୍କର୍ମ ଓ ହତ୍ୟା ପୀଡ଼ିତାଙ୍କ ଆତ୍ମୀୟ ସ୍ୱଜନଙ୍କ ସହିତ ସାକ୍ଷାତ କରିବା ସହ ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କୁ କଂଗ୍ରେସ ଦଳ ପକ୍ଷରୁ ଦାବି ଜଣାଇଥିଲେ । କଂଗ୍ରେସ ପକ୍ଷରୁ ପୀଡିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସହ ସୁରକ୍ଷା ଏବଂ ଦୋଷୀକୁ ଫାଷ୍ଟ ଟ୍ରାକ କୋର୍ଟ ମାଧ୍ୟମରେ ବିଚାର କରି ଫାଶୀ ଦଣ୍ଡ ଦିଆଯାଉ ବୋଲି ଭକ୍ତ ଦାସ କହିଛନ୍ତି । ଆୟୋଜିତ ସଭାରେ ସମ୍ବୋଧିତ କରି ଦାସ କହିଲେ, ଚାନ୍ଦବାଲି ଦିବଙ୍ଗତା ଝିଅର ମାଆ ବାପା, ମାମୁ ଓ ମାଉସୀଙ୍କ ସାଥିରେ ଆମେ ଅନେକ ସମୟ ବସି କଥାବାର୍ତ୍ତା କଲୁ । ଆଜି ସମଗ୍ର ରାଜ୍ୟ ଆନ୍ଦୋଳିତ ହୋଇଛି । ଭଦ୍ରକର ଚାନ୍ଦବାଲିର ଏହି ଶୋକ ସଭାରେ ଆପଣଙ୍କ ସମ୍ମୁଖରେ ଆମେ ସମସ୍ତେ ହୃଦୟର ସହିତ ଦୁଃଖ ପ୍ରକାଶ କରୁଛୁ । ଆମ ଦଶ ବର୍ଷର ନିର୍ଦୋଷ ଝିଅର ବର୍ବର ବଳାତ୍କାର ଓ ହତ୍ୟା କେବଳ ମୁଁ ନୁହେଁ ସମସ୍ତ ନେତୃ ମଣ୍ଡଳୀ ଏବଂ ରାଜ୍ୟବାସୀ ଭାଙ୍ଗି ପଡିଛନ୍ତି l ଏକ କ୍ଷୁଦ୍ର ପବିତ୍ର ଶରୀରକୁ ଅତ୍ୟାଚାର କରି ବର୍ବର ଭାବରେ ନଷ୍ଟ କରି ଦିଆଗଲା । ତାଙ୍କ ପରିବାରର ଦୁଃଖ, କ୍ଷୋଭ ଆମ ବିଫଳତା ପ୍ରତିଫଳିତ କରୁଛି । ସମସ୍ତ ପ୍ରକାର ନିଶାଦ୍ରବ୍ୟ ରାସ୍ତାଘାଟରେ ଘୁରି ବୁଲୁଛି । କଂଗ୍ରେସ ବାଲେଶ୍ୱର ଝିଅ ପାଇଁ ଓଡିଶା ବନ୍ଦ କରିଥିଲୁ । ବଳଙ୍ଗା ଦୋଷୀ ଧରାପଡ଼ିଲା ନାହିଁ । ଭଦ୍ରକ ଜିଲ୍ଲାରେ ୧୫/୧୭ ମାସ ମଧ୍ୟରେ ୧୩୭୧ ନାରୀ ଅତ୍ୟାଚାର ଘଟଣା ଘଟିଛି । ବିଜେପି ଶାସନର ୧୮ ମାସ ମଧ୍ୟରେ ଏତେ ବଡ଼ ବଡ଼ ଘଟଣା ଘଟିଛି । ଭଦ୍ରକ ଜିଲ୍ଲାରେ ସରକାର, ପ୍ରଶାସନ, ଏସପି କଲେକ୍ଟର ଆଦି ଅଛନ୍ତି ତ ବୋଲି ଦାସ ପ୍ରଶ୍ନ ପଚାରିଥିଲେ । ସେ କହିଥିଲେ, ଏହା ସରକାରୀ ଦଳର ମୁଖିଆଙ୍କ ନିର୍ବାଚନ ମଣ୍ଡଳୀ ଠିକ ସେହି ଭଳିଆ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ କେତେ ଦୁଷ୍କର୍ମ ହେଲାଣି । ସରକାର ବିଜେପିର ଅଛି । ଏସବୁ ବର୍ବର କାଣ୍ଡ କେବେ ବନ୍ଦ ହେବ ସରକାର ଜବାବ ଦିଅନ୍ତୁ । ବେଟୀ ବଚାଓ ବେଟୀ ପଢ଼ାଓ ନାରା ଦେଉଥିବା ପ୍ରଧାନମନ୍ତ୍ରୀ ଏହି ବେଟିକୁ ବଞ୍ଚାଇ ପାରିଲା ନାହିଁ । ବିଧାନସଭା କଂଗ୍ରେସ ଘେରାଉ କରି ଦୀର୍ଘ ଏକମାସ ବିଧାନସଭା ଅଚଳ କରିଥିଲା । ଆମ ବିଧାୟକ ତଥା କଂଗ୍ରେସ ଦଳର ଗୋଟିଏ ମାତ୍ର ଦାବି ଥିଲା ନାରୀ ଅତ୍ୟାଚାରକୁ ନେଇ ଏକ ଗୃହ କମିଟି ଗଠନ କରି ପ୍ରତି ଜିଲ୍ଲାରେ ତଦାରଖ କରନ୍ତୁ । ଚାନ୍ଦବାଲିରେ ଯେଭଳି ସାଧାରଣ ଜନତା ଜାଗ୍ରତ ହେଲେ ସେଭଳି ସବୁସ୍ଥାନରେ ଜାଗ୍ରତ ହେବାର ଆବଶ୍ୟକତା ରହିଛି । ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲା ପରେ ସାମ୍ବାଦିକଙ୍କୁ କହିଥିଲେ, ଏସବୁ ବର୍ବର କାଣ୍ଡ ଭଦ୍ରକରେ ଆଶାତୀତ ବୃଦ୍ଧି ପାଇଛି । ଏଥିପାଇଁ ନିଶାଦ୍ରବ୍ୟ ଦାୟୀ । ଏହା ଉପରେ ସମ୍ପୂର୍ଣ ନିୟନ୍ତ୍ରଣ ଆବଶ୍ୟକ । ଯୁବକଙ୍କୁ ନିଶାରୁ ବଞ୍ଚାଇବାକୁ ପଡ଼ିବ । ଚାନ୍ଦବାଲି ଜନତା ନିଜ ପ୍ରତିକ୍ରିୟା ପ୍ରକାଶକରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ରାଜ୍ୟ ସାରା ସମସ୍ତେ ଏଭଳି ଜାଗ୍ରତ ହେବାର ଆବଶ୍ୟକତା ରହିଛି । Post navigation Bhakta Das Targets CEC: ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭକ୍ତ ଦାସଙ୍କ ଟାର୍ଗେଟ Violence Against Women in Odisha: ଡବଲ ଇଞ୍ଜିନ ସରକାର ମହିଳା ହିଂସାରେ ଓଡିଶାକୁ କଳଙ୍କିତ କରିଛି: ବିଜେଡି