ଭୁବନେଶ୍ବର ପରେ ଭଦ୍ରକରେ ତେଜିଲା ବିଜେଡି ଗୋଷ୍ଠୀ କନ୍ଦଳ। ବିଜେଡ଼ିର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନ ଠାରେ ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ ଭଦ୍ରକ ଜିଲ୍ଲା ସମୀକ୍ଷା ବେଳେ ଶଙ୍ଖଭବନରେ ମୁହାଁମୁହିଁ ହୋଇଛନ୍ତି ଦଳର ଦୁଇ ଗୋଷ୍ଠୀ।  ଗୋଷ୍ଠୀ କନ୍ଦଳ ପରେ ଶଙ୍ଖଭବନରେ ପହଞ୍ଚିଲା ଭଦ୍ରକ କଳି । ଗୋଟିଏ ଗୋଷ୍ଠୀ ବୈଠକ ବର୍ଜନ କରଥିବା ବେଳେ କର୍ମୀଙ୍କୁ ବିଜେଡି ନେତା ବବି ଦାସ ବୁଝାଇ ନେଇଥିବାର ଦେଖା ଯାଇଛି।

ଏହା ପରେ ଭଦ୍ରକ ବିଜେଡି ଗୋଷ୍ଠୀ କନ୍ଦଳକୁ ନେଉ ବିଜେଡି ନେତା ବବି ଦାସ ପ୍ରତିକ୍ରିୟା ଦେଇ କହିଛନ୍ତି ଘର ଭିତରେ ଏମିତି ହୁଏ, ଆମ ଭିତରେ କୌଣସି ବିବାଦ ନାହିଁ।

ଅନ୍ୟପଟେ ବିଶୃଙ୍ଖଳିତ ଆଚରଣ ପାଇଁ ୪ ଜଣ ଦଳୀୟ ନେତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ବିଜେଡି ।

Leave a Reply

Your email address will not be published. Required fields are marked *