କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବିଡିଓ ଅକ୍ଷମିତା କାର୍ତ୍ତିକ ଗୁରୁବାର ୪.୯୨ ଲକ୍ଷ ଟଙ୍କା ନେଇ ଭିଜିଲାନ୍ସ ହାତରେ ଧରାପଡିଥିବା ବେଳେ ଶୁକ୍ରବାର ତାଙ୍କୁ ଗିରଫ କରାଯାଇଛି । ଏ ନେଇ କୋରାପୁଟ ଭିଜିଲାନ୍ସ ବିଭାଗ କେସ ନମ୍ବର ୧୪/୨୦୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ, ଗୁରୁବାର ଭବାନୀପାଟଣାରୁ ମିଟିଂ ସାରି କୋରାପୁଟ ଫେରୁଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଜୁନାଗଡ଼ ଥାନା ଜାରିଂ ନିକଟରେ ଭିଜିଲାନ୍ସ ବିଭାଗ ଆଗରୁ ଛକି ରହିଥିଲେ । ସନ୍ଦେହ ହେବାରୁ ଗାଡି ଅଟକାଇ ଯାଞ୍ଚ କରିଥିଲେ। ଟଙ୍କା ମିଳିବା ପରେ କାହାର ବୋଲି ପଚାରିବାରୁ ସଠିକ ଉତ୍ତର ଦେଇ ନ ପାରିଥିଲେ ବିଡିଓ । ଫଳରେ ଭିଜିଲାନ୍ସ ବିଭାଗ ତାଙ୍କୁ ନେଇ ପଚରାଉଚରା କରୁଥିଲା । ପୂର୍ବରୁ ମଧ୍ୟ ଶ୍ରୀମତୀ କାର୍ତ୍ତିକଙ୍କୁ ଦୁଇଥର ଦୁର୍ନୀତି ଓ ଭ୍ରଷ୍ଟାଚାର ଅଭିଯୋଗରେ ବିଭାଗୀୟ ଯାଞ୍ଚ ଓ ପୋଲିସ କେସର ସାମ୍ନା କରିବାକୁ ପଡିଛି ।

By Nirvay

Leave a Reply

Your email address will not be published. Required fields are marked *