ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନେଇ ଦଳର ସଭାପତି ନବୀନ ପଟ୍ଟନାୟକ ୬ ଜଣ ବିଧାୟକଙ୍କୁ ନିଲମ୍ବନ କରିବା ପରେ ବିଜେଦିକୁ ବଡ଼। ଏହାର ପ୍ରତିବାଦରେ ବରିଷ୍ଠ ନେତା ଅନିଲ କୁମାର ମହାନ୍ତି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି।

ବାଲେଶ୍ବର ଜିଲ୍ଲାର ବସ୍ତାରୁ ତିନିଥର ବ୍ଲକ ଅଧ୍ୟକ୍ଷ ଥିବା ମହାନ୍ତି, ବସ୍ତା ବିଧାୟକ ସୁବାସିନୀ ଜେନାଙ୍କ ନିଲମ୍ବନକୁ ବିରୋଧ କରି ଇସ୍ତଫା ଦେଇଦେଇଥିବା ଜଣାପଡିଛି। ତାଙ୍କ ଇସ୍ତଫା ପତ୍ରରେ ସେ ଗଭୀର ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ସେ ଦଳ ଗଠନ ହେବା ଦିନଠାରୁ ଜଣେ ଶୃଙ୍ଖଳିତ କର୍ମୀ ଭାବରେ ସେବା କରିଆସୁଛନ୍ତି ଏବଂ ବସ୍ତା ଅଞ୍ଚଳରେ ସାଂଗଠନିକ ଦାୟିତ୍ୱକୁ କେବେ ଅବହେଳା କରିନାହାଁନ୍ତି।

ବିଜେଡି ନେତାମାନେ ସୂଚାଇ ଦେଇଛନ୍ତି ଯେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ, ଯେଉଁଥିରେ ନିଲମ୍ବିତ ବିଧାୟକଙ୍କ ସଦସ୍ୟତା ବାତିଲ ପାଇଁ ବାଚସ୍ପତିଙ୍କ ନିକଟକୁ ଯିବା ପାଇଁ ପଦକ୍ଷେପ ନିଆଯିବା ଅନ୍ତର୍ଭୁକ୍ତ। ରାଜ୍ୟସଭା ନିର୍ବାଚନ ସମୟରେ ଏହି ବିଧାୟକମାନଙ୍କ ଦ୍ୱାରା କ୍ରସ୍-ଭୋଟିଂରୁ ଏହି ସଙ୍କଟ ଉପୁଜିଛି ।

ସୂଚନା ଯୋଗ୍ୟ; ରାଜ୍ୟସଭା ନିର୍ବାଚନରେ ବିଜେଡିର ଏହି ୬ ବିଧାୟକ କ୍ରସ୍ ଭୋଟିଂ କରିଥିଲେ। ସେମାନଙ୍କୁ ଦଳ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା। ୨୦ ତାରିଖ ସନ୍ଧ୍ୟାରେ ସମସ୍ତେ ଜବାବ ଦାଖଲ କରିଥିବା ବେଳେ ଶୃଙ୍ଖଳା କମିଟି ରିପୋର୍ଟ ଏବଂ ପିଏସି ବୈଠକରେ ଆଲୋଚନା କରି ନବୀନ ଆକ୍ସନ ନେଇଛନ୍ତି।

Leave a Reply

Your email address will not be published. Required fields are marked *